ମାତାଲ RI ମାର୍ଶାଲ ପ୍ରଧାନଙ୍କୁ ନିଲମ୍ବନ କଲେ ପୁରୀ ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲା ଗୋପ ତହସିଲ ବଉଳାଙ୍ଗ ରାଜସ୍ୱ ଇନିସପେକ୍ଟର ବା ଆରଆଇ ଭାବେ କାର୍ଯ୍ୟ କରୁଥିବା ମାର୍ସାଲ ପ୍ରଧାନଙ୍କୁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଜି ନିଲମ୍ବନ କରିଛନ୍ତି। ଶ୍ରୀ ପ୍ରଧାନ କାର୍ଯ୍ୟାଳୟ ପରିସରରେ ମାଦକ ଦ୍ରବ୍ଯ ସେବନ ଓ ଲୋକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା। ଏହା ପରେ ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳ ମାର୍ସାଲ ପ୍ରଧାନଙ୍କୁ ନିଲମ୍ବିତ କରିବା ସହ ନିଲମ୍ବନ […]

ପୁରୀ: ପୁରୀ ଜିଲ୍ଲା ଗୋପ ତହସିଲ ବଉଳାଙ୍ଗ ରାଜସ୍ୱ ଇନିସପେକ୍ଟର ବା ଆରଆଇ ଭାବେ କାର୍ଯ୍ୟ କରୁଥିବା ମାର୍ସାଲ ପ୍ରଧାନଙ୍କୁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଜି ନିଲମ୍ବନ କରିଛନ୍ତି। ଶ୍ରୀ ପ୍ରଧାନ କାର୍ଯ୍ୟାଳୟ ପରିସରରେ ମାଦକ ଦ୍ରବ୍ଯ ସେବନ ଓ ଲୋକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା। ଏହା ପରେ ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳ ମାର୍ସାଲ ପ୍ରଧାନଙ୍କୁ ନିଲମ୍ବିତ କରିବା ସହ ନିଲମ୍ବନ ସମୟରେ ତାଙ୍କ ହେଡ କ୍ବାଟର କୃଷ୍ଣପ୍ରସାଦ ତହସିଲକୁ ଧାର୍ଯ୍ୟ କରାଯାଇଛି। କୃଷ୍ଣପ୍ରସାଦ ତହସିଲଦାରଙ୍କ ବିନା ଅନୁମତିରେ ହେଡ କ୍ବାଟର ନ ଛାଡିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

About The Author: The Sakala