ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ାଠାରେ ରେକର୍ଡ ହୋଇଛି। ଏଠାରେ ତାପମାନ ୭.୬ ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିରେ ୮.୨ ଡିଗ୍ରି ରହିଛି । ଦାରିଙ୍ଗବାଡ଼ି ୧୦ ଡିଗ୍ରି ରେକର୍ଡ ହୋଇଛି। ସେହିପରି କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ୧୦.୫ ଡିଗ୍ରି, ଫୁଲବାଣୀରେ ୧୧, ଭବାନୀପାଟଣାରେ ୧୨, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୧୨ ଡିଗ୍ରି, ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୩.୨ ଡିଗ୍ରି ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରି ସେଲସିୟଅସ୍ ରେକର୍ଡ ହୋଇଛି। କଟକ-ଭୁବନେଶ୍ବରର ତାପମାତ୍ରା ମଧ୍ୟ ୧୭ ଡିଗ୍ରିକୁ ଖସିଛି। ଗତ ରାତିରେ କଟକର ରାତି ତାପମାତ୍ରା ୧୬.୬ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରର ୧୬.୫ ଡିଗ୍ରି ରହିଥିଲା।
ରାଜ୍ୟରେ ଶୀତ ଲହରୀ ଜାରି: ସବୁଠୁ ଥଣ୍ଡା କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ା
ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ାଠାରେ ରେକର୍ଡ ହୋଇଛି। ଏଠାରେ ତାପମାନ ୭.୬ ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିରେ ୮.୨ ଡିଗ୍ରି ରହିଛି । ଦାରିଙ୍ଗବାଡ଼ି ୧୦ ଡିଗ୍ରି ରେକର୍ଡ ହୋଇଛି। ସେହିପରି କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ୧୦.୫ ଡିଗ୍ରି, ଫୁଲବାଣୀରେ ୧୧, ଭବାନୀପାଟଣାରେ ୧୨, ସୁନ୍ଦରଗଡ଼ ଜିଲ୍ଲା […]