ମୁଖ୍ୟମନ୍ତ୍ରୀ ଏସି ବସ୍‌ ସେବା, ତିନି ଦିନ ବି ଚଲାଇ ପାରିଲେନି…

ମାଲକାନଗିରି: ତିନି ଦିନ ଚାଲିବା ପରେ ପୁଣି ‘ମୁଖ୍ୟମନ୍ତ୍ରୀ ଏସି ବସ୍‌ ସେବା’ ବନ୍ଦ ହେବା ଘଟଣା ମାଲାକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲାରେ ବିଜେଡି ସରକାର ଲକ୍ଷ୍ମୀ ବସ୍‌ ସେବାର ଆରମ୍ଭ କରିଥିଲେ। ଏହି ଯୋଜନାରେ ଜିଲ୍ଲାରେ ସାଧାରଣ ବସ୍‌ ସହ ୭ଟି ଏସି ଲକ୍ଷ୍ମୀବସ୍‌ ଚଳାଚଳ କରୁଥିଲା। ତେବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଦୀର୍ଘ ୮ ମାସ ଧରି ଏସି ବସ୍‌ଗୁଡ଼ିକ ବନ୍ଦ ରହିଥିଲା। ଗତ ୨୪ […]

ମାଲକାନଗିରି: ତିନି ଦିନ ଚାଲିବା ପରେ ପୁଣି ‘ମୁଖ୍ୟମନ୍ତ୍ରୀ ଏସି ବସ୍‌ ସେବା’ ବନ୍ଦ ହେବା ଘଟଣା ମାଲାକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲାରେ ବିଜେଡି ସରକାର ଲକ୍ଷ୍ମୀ ବସ୍‌ ସେବାର ଆରମ୍ଭ କରିଥିଲେ। ଏହି ଯୋଜନାରେ ଜିଲ୍ଲାରେ ସାଧାରଣ ବସ୍‌ ସହ ୭ଟି ଏସି ଲକ୍ଷ୍ମୀବସ୍‌ ଚଳାଚଳ କରୁଥିଲା। ତେବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଦୀର୍ଘ ୮ ମାସ ଧରି ଏସି ବସ୍‌ଗୁଡ଼ିକ ବନ୍ଦ ରହିଥିଲା। ଗତ ୨୪ ତାରିଖ ଦିନ ସେଥିମଧ୍ୟରୁ ୨ଟି ବସ୍‌ ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରେ ଚଳାଚଳ ଆରମ୍ଭ କରିଥିଲା। ପୁନଃ ଏସି ବସ୍‌ ସେବା ଆରମ୍ଭ ହେବାରୁ ଜିଲ୍ଲାବାସୀ ଏକପ୍ରକାର ଖୁସି ହୋଇଥିଲେ। କିନ୍ତୁ ସେ ଖୁସି ବେଶୀ ଦିନ ରହିନାହିଁ। ମାତ୍ର ୩ ଦିନ ପରେ ଏହି ବସ୍‌ସେବା ମଧ୍ୟ ବନ୍ଦ ହୋଇଯାଇଛି। ମାଲକାନଗିରିରୁ ମୋଟୁ ଓ ମାଲକାନଗିରିରୁ ଜୟପୁରକୁ ଚଳାଚଳ କରୁଥିବା ଏସି ବସ୍‌ ଦୁଇଟି ବନ୍ଦ ହୋଇଯାଇଥିବାରୁ ଲୋକଙ୍କ ମଧ୍ୟ‌ରେ ଏହାକୁ ନେଇ କ୍ଷୋଭ ପ୍ରକାଶ ପାଇଛି।

ଏ ସଂପର୍କରେ ଜିଲ୍ଲା ପରିବହନ ପରିଚାଳକ ଆରୋଶ୍ରୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଏହି ବସ୍‌ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ତେବେ, କିଛି ଘରୋଇ ବସ୍‌ ମାଲିକ ଓ ସଂଘ ପକ୍ଷରୁ ଏହି ବସ୍‌ ଚଳାଚଳକୁ ନେଇ ଅଭିଯୋଗ ଆସିବାରୁ ଏପରି ହୋଇଛି ବୋଲି ଜଣାପଡ଼ିଛି। ପୁଣି ନିର୍ଦ୍ଦେଶ ଆସିଲେ ଏହି ଏସି ବସ୍‌ଗୁଡ଼ିକ ଚଳାଚଳ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

ଲକ୍ଷ୍ମୀବସ୍‌ ସେବାକୁ ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ବସ୍‌ ସେବା ଆରମ୍ଭ କରି ମୋହନ ସରକାର ଲୋକଙ୍କୁ ଆକର୍ଷିତ କରିବାକୁ ପ୍ରୟାସ କରୁଥିଲେ। କିନ୍ତୁ ଦିନ କେଇଟା ମଧ୍ୟରେ ଏହି ସେବାକୁ ବନ୍ଦ କରି ଦିଆଯିବା ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ପୂର୍ବରୁ ନବୀନ ସରକାର ଥିବା ସମୟରେ ଏହି ୭ଟି ଏସି ବସ୍‌ ଜିଲ୍ଲାର ୭ଟି ବ୍ଲକକୁ ନିରନ୍ତର ଚଳାଚଳ କରୁଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଆରାମଦାୟକ ଯାତ୍ରା କରୁଥିଲେ।

About The Author: The Sakala