କଟକ : ବିହାର ଲୋକଙ୍କ ପ୍ରସିଦ୍ଧ ପର୍ବ ଛଟ୍ ପାଇଁ ଗାଇଡଲାଇନ ଜାରି କରିଛି କଟକ ମହାନଗର ନିଗମ । କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଛଟ୍ ପୂଜା ପାଇଁ କଟକଣା ଜାରି କରାଯାଇଛି । ପୂଜା ବେଳେ ନଦୀ ଶଯ୍ୟାରେ ଅଧିକ ଲୋକ ଏକାଠି ନ ହେବାକୁ ବାରଣ କରିଛି ସିଏମସି ।
ଛଟ୍ ପୂଜା ପାଇଁ କଟକରେ ରହୁଥିବା ବିହାର ଲୋକମାନେ ବିଭିନ୍ନ ନଦୀଶଯ୍ୟାରେ ଶତାଧିକ ଲୋକ ଏକାଠି ହୋଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିଥାଆନ୍ତି । ବର୍ତ୍ତମାନ ସମୟରେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ କଟକ ମହାନଗର ନିଗମ ଏଥିପାଇଁ ବାରଣ କରିଛି।