ଓଡ଼ିଶାରେ ଶିଳ୍ପ ବିକାଶର ଏକ ନୂଆ ଯୁଗ ସୃଷ୍ଟି କରିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ଏକ ସପ୍ତାହ ବ୍ୟାପୀ ଜାପାନ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ୪ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଇପିକଲର ପରିଚାଳନା […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ଏକ ସପ୍ତାହ ବ୍ୟାପୀ ଜାପାନ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ୪ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦର ପୁନିଆ ସାମିଲ ହୋଇଛନ୍ତି । ଏଥିସହ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଗସ୍ତରେ ଅଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୬ ଦିନିଆ ଗସ୍ତ ସମୟରେ ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମେଳନରେ ଯୋଗଦେବା ସହ କ୍ବୋଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।ଜାପାନ ସରକାର କିପରି ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ବି ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଗତ କିଛି ବର୍ଷ ଧରି ରାଜ୍ୟରେ ଦ୍ରୁତ ଗତିରେ ପରିବର୍ତ୍ତନ ଆଣିଛି ଏବଂ ଶିଳ୍ପ ଅଭିବୃଦ୍ଧି ଭଲ ସ୍ଥିତିରେ ଅଛି।

ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ ଓଡିଶା ଏବଂ ପୂର୍ବ ଏସୀୟ ଦେଶ ମଧ୍ୟରେ ଥିବା ପୁରୁଣା ବନ୍ଧୁତ୍ବକୁ ତ୍ୱରାନ୍ୱିତ ଏବଂ ଦୃଢ କରିବ। ଏହି ଗସ୍ତ ଉଭୟ ଓଡ଼ିଶା ଓ ଜାପାନ ପାଇଁ ଏକ ବିଜୟ-ପ୍ରସ୍ତାବ ଭାବରେ ଦେଖାଯାଉଛି କାରଣ ଏହାଦ୍ବାରା ସହଯୋଗର ବ୍ୟାପକ ରାସ୍ତା ଖୋଲିବ। କାରଣ ଓଡ଼ିଶାରରେ ବିପୁଳ ପରିମାଣରେ ଧାତୁ ଏବଂ ଖଣିଜ ପଦାର୍ଥ ରହିଥିବା ବେଳେ ରାଜ୍ୟରେ କୁଶଳୀ ମାନବ ଶକ୍ତି ଓ ଭିତ୍ତିଭୂମି ରହିଛି। ଅପରପକ୍ଷେ ଜାପାନ ପାଖରେ ଉପଲବ୍ଧ ରହିଛି ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ସମ୍ବଳ । ଯାହା ଉଭୟଙ୍କ ପାଇଁ ବେଶ ଲାଭଦାୟକ ହେବ। ଦୀର୍ଘ ଦିନ ଧରି ଜାପାନର ନିବେଶକମାନଙ୍କ ପାଇଁ ଓଡିଶା ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ହୋଇଆସୁଛି ଏବଂ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଜାପାନ କମ୍ପାନୀ କାର୍ଯ୍ୟ ମଧ୍ୟ କରୁଛନ୍ତି।

ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିରତ ଉଦ୍ୟମ କରୁଥିବା ବେଳେ ବର୍ତ୍ତମାନ ଜାପାନକୁ ଯାଇଥିବା ଉଚ୍ଚ ସ୍ତରୀୟ ପ୍ରତିନିଧୀଙ୍କ ନେତୃତ୍ବରେ ରାଜ୍ୟରେ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ପଥ ପରିଷ୍କାର କରିବ।ଓଡିଶାର ବିସ୍ତୃତ ସମୁଦ୍ର ଉପକୂଳ, ଖଣିଜ ସମ୍ପଦ, ପର୍ଯ୍ୟଟନ ସମ୍ଭାବନା ଏବଂ କୁଶଳୀ ମାନବ ଶକ୍ତିର ଉପଲବ୍ଧତା ଜାପାନ କମ୍ପାନୀଗୁଡିକ ପାଇଁ ବେଶ ଉପଯୋଗୀ ହୋଇଥିବା ବେଳେ ଆମ ରାଜ୍ୟ ପାଇଁ ଏହା ଲାଭଦାୟକ ହେବ। କାରଣ ଓଡିଶାର ଯୁବପୀଢିଙ୍କ ପାଇଁ ନିଯୁକ୍ତି ସହ ରାଜ୍ୟ ଶିଳ୍ପ ସମୃଦ୍ଧ ହୋଇପାରିବ। ଅନ୍ୟପଟେ ରାଜ୍ୟର ସ୍ଥିର ସରକାର ଏବଂ ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଓ୍ବାନ ପ୍ଲସ ସୁବିଧା ସହିତ ଓଡ଼ିଶାର ଶାନ୍ତିପୂର୍ଣ୍ଣ ପରିବେଶ ନିବେଶକମାନଙ୍କ ପାଇଁ ପସନ୍ଦଯୋଗ୍ୟ ରହିଆସିଛି।

ଏଥି ସହିତ ଦଶନ୍ଧି ଧରି ଜାପାନ ଓଡିଶା ସହିତ ଏକ ଆକର୍ଷଣୀୟ ସହଯୋଗ କରିଆସୁଛି। ୨୦୨୨ ଏବଂ ୨୦୧୮ରେ ମେକ୍ ଇନ୍ ଓଡିଶା କନକ୍ଲେଭ ପାଇଁ ଏହି ଦେଶ ସହଭାଗୀ ଥିଲା। ଆର୍ସେଲର ମିତ୍ତଲ, ନିପନ୍ ଷ୍ଟିଲ୍, ଟିଆରଏଲ୍ କ୍ରୋସାକି(TRL Krosaki), ଇଣ୍ଡୋ-ନିସିନ୍(Indo-Nissin) ଭଳି କମ୍ପାନୀ ଓଡିଶାକୁ ସେମାନଙ୍କ ଘର କରିପାରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବା ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ରାଜ୍ୟରେ ଶିଳ୍ପ ପାଇଁ ଉପଲବ୍ଧ ଥିବା ସୁବିଧା ବାବଦରେ ନିବେଶକମାନଙ୍କୁ ଅବଗତ କରାଇବେ। ଜାପାନର ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସମେତ ବିଭିନ୍ନ କ୍ଷେତ୍ରରୁ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଉତ୍ସାହିତ କରିବେ। ଓଡିଶା ଜାପାନ ସହିତ ଅଂଶୀଦାର କରୁଥିବା ସାଂସ୍କୃତିକ ସମ୍ପର୍କ ମଧ୍ୟ ଜାପାନକୁ ଓଡ଼ିଶାକୁ ପୁଞ୍ଜି ବିନିଯୋଗର ପସନ୍ଦଯୋଗ୍ୟ ସ୍ଥାନ ଭାବରେ ବାଛିବାରେ ସାହାଯ୍ୟ କରିବ। ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ କ୍ଷେତ୍ରରେ, ପେଟ୍ରୋକେମିକାଲ୍, ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ୍ ଉତ୍ପାଦନରେ ଜାପାନର ପୁଞ୍ଜି ବିନିଯୋଗ ପାଇଁ ଓଡିଶା ସର୍ବୋତ୍ତମ ସ୍ଥାନ ଅଟେ।

About The Author: The Sakala