ଟ୍ଵିନ୍ ସିଟିରେ ଗଡିବ ମେଟ୍ରୋ ଟ୍ରେନ୍, ପ୍ରକଳ୍ପକୁ ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ; ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଟ୍ଵିନ୍ ସିଟିରେ ଗଡିବ ମେଟ୍ରୋ ଟ୍ରେନ୍ । ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ରୌପ୍ୟନଗରୀ କଟକକୁ ଗଡ଼ିବ ମେଟ୍ରୋ ଟ୍ରେନ । ଆଜି ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଥିବାବେଳେ ଭୁବନେଶ୍ବର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ । ଗମନାଗମନରେ ଭିଡ଼ କମାଇବା ପାଇଁ ମେଟ୍ରୋ ଚଳାଇବାକୁ ରାଜ୍ୟ ସରକାର ଏହି ବଡ ପଦକ୍ଷେପ ନେଇଛନ୍ତି। ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପୂର୍ବରୁ ଆଜି […]

ଭୁବନେଶ୍ୱର: ଟ୍ଵିନ୍ ସିଟିରେ ଗଡିବ ମେଟ୍ରୋ ଟ୍ରେନ୍ । ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ରୌପ୍ୟନଗରୀ କଟକକୁ ଗଡ଼ିବ ମେଟ୍ରୋ ଟ୍ରେନ । ଆଜି ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଥିବାବେଳେ ଭୁବନେଶ୍ବର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ । ଗମନାଗମନରେ ଭିଡ଼ କମାଇବା ପାଇଁ ମେଟ୍ରୋ ଚଳାଇବାକୁ ରାଜ୍ୟ ସରକାର ଏହି ବଡ ପଦକ୍ଷେପ ନେଇଛନ୍ତି।

ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପୂର୍ବରୁ ଆଜି ଭୋରରେ ପ୍ରାରମ୍ଭିକ ସମୀକ୍ଷା କରିଥିଲେ ସଚିବ ସ୍ତରୀୟ କମିଟି । ଦୈତନଗରୀ ଭୁବନେଶ୍ବର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ହେଲେ, କେଉଁଠି କି ପ୍ରକାର ସମସ୍ୟା ରହିବ, ତାହାର କିଭଳି ସ୍ଥାୟୀ ପ୍ରତିକାର କରାଯିବ, ସରକାରୀ ଜମି କେତେ ଅଛି, କେତେ ଜମି ଅଧିଗ୍ରହଣ କରିବାକୁ ହେବ, ଟ୍ରାଫିକ ସମସ୍ୟା କିଭଳି ଉପୁଜିବ ନାହିଁ, ସେଥିପାଇଁ କେଉଁ କେଉଁ ସ୍ଥାନରେ ଭୂତଳ ବା ଅଣ୍ଡର ଗ୍ରାଉଣ୍ଡ ବ୍ୟବସ୍ଥା କରିବାକୁ ହେବ। ସମ୍ପୂର୍ଣ୍ଣ ମେଟ୍ରୋ ବ୍ୟବସ୍ଥା କେତେ ଦୂରତା ବିଶିଷ୍ଟ ହେବ, ସେ ସମସ୍ତ ଦିଗକୁ ନେଇ ଗ୍ରାଉଣ୍ଡ ଜିରୋରେ ମ୍ୟାପ ସହ ଆଲୋଚନା କରିଛନ୍ତି 5T ସଚିବ ।

ଏହି ସମୀକ୍ଷାରେ ୫-ଟି ସଚିବ, ପରିବହନ ସଚିବ, ଆଇଟି ସଚିବ ପ୍ରମୁଖ ସାମିଲ ଥିଲେ। ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ରୁଟ୍‌ର ପ୍ରାରମ୍ଭିକ ସମୀକ୍ଷା ହୋଇଛି । ବିମାନ ବନ୍ଦର, ରେଳ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୂଳିଆ ଦେଇ ମେଟ୍ରୋ ଚଳାଇବାକୁ ଯୋଜନା ରହିଛି ।

About The Author: The Sakala