ସୁରକ୍ଷା କ୍ଷେତ୍ରକୁ ଗୁରୁତ୍ବ : ୧୯୦ଟି ପୁଲିସ ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ରାଜ୍ୟ ସରକାର ସୁରକ୍ଷା କ୍ଷେତ୍ରରେ ନୂତନ ପଦକ୍ଷେପ ଆପଣେଇଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରାଯାଉଥିବାବେଳେ ପୁଲିସ ବିଭାଗ ଏଥିରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଛି। ପୁଲିସ ବିଭାଗର କାର୍ଯ୍ୟକୁ ଆହୁରି ସହଜ କରିବା ପାଇଁ ଆଜି ୧୯୦ଟି ପୁଲିସ ଯାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଓ.ଏସ.ଏ.ପି ୭ମ ବାଟାଲିୟନଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ୧୯୦ଟି ପୁଲିସ ଯାନର ଶୁଭାରମ୍ଭ କରିଛନ୍ତି। This […]

ଭୁବନେଶ୍ବର : ରାଜ୍ୟ ସରକାର ସୁରକ୍ଷା କ୍ଷେତ୍ରରେ ନୂତନ ପଦକ୍ଷେପ ଆପଣେଇଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରାଯାଉଥିବାବେଳେ ପୁଲିସ ବିଭାଗ ଏଥିରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଛି। ପୁଲିସ ବିଭାଗର କାର୍ଯ୍ୟକୁ ଆହୁରି ସହଜ କରିବା ପାଇଁ ଆଜି ୧୯୦ଟି ପୁଲିସ ଯାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଓ.ଏସ.ଏ.ପି ୭ମ ବାଟାଲିୟନଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ୧୯୦ଟି ପୁଲିସ ଯାନର ଶୁଭାରମ୍ଭ କରିଛନ୍ତି।


୧୯୦ଟି ନୂଆ ଗାଡି ପୁଲିସ ବିଭାଗକୁ ମିଳିବା ପରେ ଲୋକଙ୍କୁ ତ୍ବରିତ ସେବା ଯୋଗାଇବା ସହ ପୁଲିସର କାର୍ଯ୍ୟକ୍ଷମତାକୁ ମଧ୍ୟ ବୃଦ୍ଧି କରିବ। ପୁଲିସ ବିଭାଗକୁ ମୋଟ୍‌ ୨୨୪ଟି ଯାନ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଆଜି ୧୯୦ଟି ଯୋଗାଇ ଦିଆଯାଇଛି। ଅବଶିଷ୍ଟ ୩୪ଯାନ ଖୁବ୍‌ ଶିଘ୍ର ପୁଲିସ ବିଭାଗକୁ ଯୋଗାଇ ଦିଆଯିବ। ଏଥି ସହିତ ଖଣି ଅଞ୍ଚଳରେ ଥିବା ପୁଲିସ ଷ୍ଟେସନକୁ ମଜବୁତ କରିବା ସହ ଖଣି ଅଞ୍ଚଳରେ ପାଟ୍ରୋଲିଂକୁ ତ୍ୱରାନ୍ୱିତ କରିବା ପାଇଁ ଓଡିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ୪୪ଟି ଯାନ ଯୋଗାଇ ଦିଆଯାଇଛି।

About The Author: The Sakala