ଭୁବନେଶ୍ୱର: ବିଧାନସଭାରେ ୨୦୨୫-୨୬ର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରାଯାଇଛି । ଗୃହରେ ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରିଛନ୍ତି ସରକାର । ସରକାରୀ ଯୋଜନା, ଉନୟନମୁଳକ କାର୍ଯ୍ୟକ୍ରମ ବାବଦରେ ୧୩,୭୧୬ କୋଟି ଟଙ୍କା ଏବଂ ପ୍ରଶାସନିକ କାର୍ଯ୍ୟ ବାବଦକୁ ୩,୩୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଅତିରିକ୍ତ ବଜେଟ ଆଗତ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଛି।
କେଉଁ ବିଭାଗକୁ କେତେ ବ୍ୟୟବରାଦ?
-ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ଗ୍ରାହକ କଲ୍ୟାଣ ପାଇଁ ୪୩୨୯ କୋଟି
-ଶିକ୍ଷା କ୍ଷେତ୍ର ପାଇଁ ୨୩୨୭ କୋଟି
-ଭିତ୍ତିଭୂମି ବିକାଶ ପାଇଁ ୧୯୫୫ କୋଟି
-କୃଷି ଓ ଅନୁସାଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି
-ମହିଳା ଓ ଶିଶୁ ବିକାଶ ପାଇଁ ୧୫୮୮ କୋଟି
-ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୧୬୪ କୋଟି
-ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ପାଇଁ ୬୧୬ କୋଟି
-ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି
-ଶିଳ୍ପ ବିକାଶ ପାଇଁ ୩୩୭ କୋଟି
-ଓଡିଆ ଭାଷା ସାହିତ୍ୟ ପାଇଁ ୩୬୩ କୋଟି
-ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ପାଇଁ ୩୧୬ କୋଟି ବ୍ୟୟବରାଦ
-ସହରୀ ବିକାଶ ପାଇଁ ୩୦୩ କୋଟି
-ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ୧୧୭ କୋଟି
-ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ୫୭୬ କୋଟି