ଆଜି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଆଜି ପୁରୁଣା ଭୁବନେଶ୍ୱର, ବରମୁଣ୍ଡା, ନୟାପଲ୍ଲୀ, ଶହୀଦନଗର ଓ ଲକ୍ଷ୍ମୀସାଗରର ବିଭିନ୍ନ ପୂଜାମଣ୍ଡପ ବୁଲି ମାଆଙ୍କ ଆଶିଷ ଗ୍ରହଣ କରିବେ। ୧୨ ତାରିଖରେ ମୁଖ୍ୟମନ୍ତ୍ରୀ କଟକର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ରସୁଲୁଗଡ, ଶହୀଦନଗର ଓ ବଡଗଡର ବିଭିନ୍ନ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଆଜି ପୁରୁଣା ଭୁବନେଶ୍ୱର, ବରମୁଣ୍ଡା, ନୟାପଲ୍ଲୀ, ଶହୀଦନଗର ଓ ଲକ୍ଷ୍ମୀସାଗରର ବିଭିନ୍ନ ପୂଜାମଣ୍ଡପ ବୁଲି ମାଆଙ୍କ ଆଶିଷ ଗ୍ରହଣ କରିବେ। ୧୨ ତାରିଖରେ ମୁଖ୍ୟମନ୍ତ୍ରୀ କଟକର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ରସୁଲୁଗଡ, ଶହୀଦନଗର ଓ ବଡଗଡର ବିଭିନ୍ନ ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ପୂଜା ମଣ୍ଡପ ବୁଲି ଆସିବା ପାଇଁ ରାଜଧାନୀର ବିଭିନ୍ନ ଦୁର୍ଗାପୂଜା କମିଟି ବିରୋଧୀ ଦଳ ନେତାଙ୍କୁ ଭେଟି ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ ଯେ ନବୀନ ପ୍ରତିବର୍ଷ ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରିଥାନ୍ତି।

About The Author: The Sakala