କଟକର ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ନିକଟସ୍ଥ ଅରିଲୋଠାରେ ନିର୍ମିତ ଅତି ଉନ୍ନତମାନର ସ୍ଵୟଞ୍ଚାଳିତ ମେଗା ଓମଫେଡ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି।୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓମଫେଡ୍ ମେଗା ଡାଏରୀ ପ୍ଲାଣ୍ଟକୁ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓମଫେଡ୍ ଡାଏରୀ ପ୍ଲାଣ୍ଟ ଉଦଘାଟନ କରି ମୁଁ ବହୁତ ଖୁସି । ରାଜ୍ୟ ସରକାର ସର୍ବଦା ଚାଷୀମାନଙ୍କ ସହିତ ଅଛନ୍ତି । ଓମଫେଡ଼ର ବିକାଶରେ ୩ ଲକ୍ଷ ଚାଷୀଙ୍କ ଅବଦାନ […]

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ନିକଟସ୍ଥ ଅରିଲୋଠାରେ ନିର୍ମିତ ଅତି ଉନ୍ନତମାନର ସ୍ଵୟଞ୍ଚାଳିତ ମେଗା ଓମଫେଡ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି।୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓମଫେଡ୍ ମେଗା ଡାଏରୀ ପ୍ଲାଣ୍ଟକୁ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓମଫେଡ୍ ଡାଏରୀ ପ୍ଲାଣ୍ଟ ଉଦଘାଟନ କରି ମୁଁ ବହୁତ ଖୁସି । ରାଜ୍ୟ ସରକାର ସର୍ବଦା ଚାଷୀମାନଙ୍କ ସହିତ ଅଛନ୍ତି । ଓମଫେଡ଼ର ବିକାଶରେ ୩ ଲକ୍ଷ ଚାଷୀଙ୍କ ଅବଦାନ ରହିଛି।ଏହି ୟୁନିଟ ଦ୍ୱାରା ଦିନକୁ ୫ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ ହୋଇପାରିବ । ଏଥିରୁ ଉନ୍ନତମାନର ଲସି, ଘିଅ, ପନିର ଆଦି ଉତ୍ପାଦନ ହୋଇପାରିବ ।ଏହାଦ୍ୱାରା ଦୁଗ୍ଧ ଚାଷୀଙ୍କ ରୋଜଗାର ବଢିବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀଙ୍କ ରୋଜଗାର ବଢାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ।ଓମ୍‌ଫେଡର ବିକାଶରେ ପ୍ରାୟ ୩ଲକ୍ଷ ଚାଷୀଙ୍କ ଅବଦାନ ରହିଛି। ଏଥିସହିତ ସେମାନଙ୍କ ସ୍ୱର୍ଥ ରକ୍ଷା ନେଇ ଓମଫେଡ୍ କାର୍ଯ୍ୟ କରିଆସୁଛି ।  ପ୍ରସେସିଂ ପ୍ଳାଣ୍ଟ ଆଦି ନିର୍ମାଣ ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯାଉଥିବା କହିଛନ୍ତି । ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣୁ କରୋନା କାଳରେ ଦୁଗ୍ଧ ଚାଷୀମାନଙ୍କୁ ରାଜ୍ୟ ସରକାର ୬ ହଜାର ଲେଖାଏଁ ସହାୟତ ଯୋଗାଇ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।


ସୂଚନାଯୋଗ୍ୟ ୨୬୩ କୋଟି ଟଙ୍କା ବ୍ୟୟରେ ହୋଇଛି ଏହି ଦୁଗ୍‌ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ । ରାଜ୍ୟ ସରକାର ଓମଫେଡକୁ ମୋଟ ୫୧ ଏକର ଜମି ଯୋଗାଇ ଦେଇଛନ୍ତି। ଏଥିମଧ୍ୟରୁ ଅରିଲୋରେ ୧୮୭ ଏକର ଏବଂ ଗୋବିନ୍ଦପୁରରେ ୩୨.୩ ଏକର ଜମି ପ୍ଳାଣ୍ଟ ପାଇଁ ପ୍ରଦାନ କରାଯାଇଛି। ଏହି ପ୍ଲାଣ୍ଟର ଦୈନିକ ୫ ଲକ୍ଷ ଲିଟର ଉତ୍ପାଦନ କ୍ଷମତା ରହିଥିବା ବେଳେ ପ୍ଲାଣ୍ଟରୁ ଦୈନିକ ୨ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେବ। ସେହିପରି ଦୈନିକ ୩୦ ହଜାର ଲିଟର ଦହି, ୧୦ ହଜାର ଲିଟର ବଟର ମିଲ୍କ ୫ ହଜାର ଲିଟର ଲସି, ୩ ଟନ୍ ଛେନା ଏବଂ ୨୦ ହଜାର ଟନ୍ ମିଲ୍କ ପାଉଡର ପ୍ଲାଣ୍ଟରୁ ଉତ୍ପାଦିତ ହୋଇପାରିବ ବୋଲି ଜଣାପଡ଼ିଛି।

About The Author: The Sakala