ଭୁବନେଶ୍ୱର: ଓଡ଼ିଶାରେ ଧୀରେ ଧୀରେ କାମୁଛି କରୋନା ଗ୍ରାଫ । ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ ବିପଦ ଏବେବି ଟଳି ନାହିଁ। ଦ୍ୱିତୀୟ ଲହରୀରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ତେବେ ଲକ୍ଡାଉନ କାରଣରୁ ଏବେ ୮ ହଜାର ତଳେ ରହିଛି କରୋନାର ଦୈନିକ ସଂକ୍ରମଣ। ଆଗକୁ କରୋନା ସ୍ଥିତିକୁ ଲକ୍ଷ କରି ୫ଟି ଜିଲ୍ଲାରେ କୋଭିଡ ବେଡ ସଂଖ୍ୟା ବୃଦ୍ଧିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ ପଜିଟିଭ ବାହାରୁଥିବା ଖୋର୍ଦ୍ଧା, ଅନୁଗୁଳ, କଟକ, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ବେଡ ଠାରୁ ଆରମ୍ଭ କରି ଆଇସିୟୁ ସଂଖ୍ୟା ବୃଦ୍ଧି କରାଯିବ। ଅନଗୁଳରେ ୧୨୦ ବେଡ୍, କଟକରେ ୧୭୭ ବେଡ୍, ଖୋର୍ଦ୍ଧାରେ ୩୪୦, ସୁନ୍ଦରଗଡରୁ ୧୫୦ ଓ ଢେଙ୍କାନାଳରେ ୧୦୦ଟି ଶଯ୍ୟା ବଢଯାଇଛି। ଏଥିସହ କୋଭିଡ ମେଡିକାଲ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ଅଗ୍ନି ସୁରକ୍ଷାକର୍ମୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ କରୋନା ସଂକ୍ରମିତ ବାହାରୁଥିବା ୫ଟି ଜିଲ୍ଲାରେ କୋଭିଡ ବେଡ ସଂଖ୍ୟା ବୃଦ୍ଧିକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ଧୀରେ ଧୀରେ କାମୁଛି କରୋନା ଗ୍ରାଫ । ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ ବିପଦ ଏବେବି ଟଳି ନାହିଁ। ଦ୍ୱିତୀୟ ଲହରୀରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ତେବେ ଲକ୍ଡାଉନ କାରଣରୁ ଏବେ ୮ ହଜାର ତଳେ ରହିଛି କରୋନାର ଦୈନିକ ସଂକ୍ରମଣ। ଆଗକୁ କରୋନା ସ୍ଥିତିକୁ ଲକ୍ଷ କରି ୫ଟି ଜିଲ୍ଲାରେ କୋଭିଡ ବେଡ ସଂଖ୍ୟା ବୃଦ୍ଧିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ ପଜିଟିଭ ବାହାରୁଥିବା ଖୋର୍ଦ୍ଧା, ଅନୁଗୁଳ, […]