ନବୀନଙ୍କୁ ଭେଟିଲେ ଚୌଦ୍ୱାର ମୁନିସିପାଲିଟିର ଅଧ୍ୟକ୍ଷା ଓ କାଉନସିଲର

ଭୁବନେଶ୍ୱର: ଚୌଦ୍ୱାର ମୁନିସିପାଲିଟିର ଅଧ୍ୟକ୍ଷା ମାନସୀ ସାମଲ ଓ ବିଜେଡିର କାଉନସିଲରମାନେ ଆଜି ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଏକଜୁଟ ହୋଇ ଲୋକଙ୍କ ସେବା ଜାରି ରଖିବାକୁ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ସ୍ମୃତି ଚାରଣ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଚୌଦ୍ୱାର ସହ ବିଜୁ ବାବୁଙ୍କର ଆବେଗିକ ସମ୍ପର୍କ ରହିଥିଲା ଓ ଚୌଦ୍ୱାର ବିକାଶରେ ବିଜୁ ବାବୁଙ୍କର ବିଶେଷ ଅବଦାନ ଥିଲା। ତେଣୁ ଚୌଦ୍ୱାରର ସ୍ୱାଭିମାନ ଓ ବିକାଶ ପାଇଁ ଉଦ୍ୟମ ଜାରି ରଖିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଆଲୋଚନାରେ ଯୋଗ ଦେଇଥିବା କାଉନସିଲରମାନେ ଚୌଦ୍ୱାରର ବିକାଶ କାମରେ ଆସୁଥିବା ବାଧା ସମ୍ପର୍କରେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଆଲୋଚନା ସମୟରେ ବିଜୁ ଜନତା ଦଳର ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ସଂତୃପ୍ତ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ।

About The Author: Madhusudan Das