ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ, କୁଡୁମୀ ସାଂସ୍କୃତିକ ଭବନ ପାଇଁ ଦେଲେ ଏକ କୋଟି ଟଙ୍କାର ଅନୁଦାନ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଭେଟି ସ୍ବରୂପ ଏକ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୁଡୁମୀ ସମ୍ପ୍ରଦାୟର ଲୋକଙ୍କ ପାଇଁ କୁଡୁମୀ ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ଭବନ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବୁଧବାର ରାଇରଙ୍ଗପୁର ଠାରେ କୁଡୁମୀ ଭବନର ଶିଳାନ୍ୟାସ ପାଇଁ ଆୟୋଜିତ ଭୂମି […]

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଭେଟି ସ୍ବରୂପ ଏକ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୁଡୁମୀ ସମ୍ପ୍ରଦାୟର ଲୋକଙ୍କ ପାଇଁ କୁଡୁମୀ ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ଭବନ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବୁଧବାର ରାଇରଙ୍ଗପୁର ଠାରେ କୁଡୁମୀ ଭବନର ଶିଳାନ୍ୟାସ ପାଇଁ ଆୟୋଜିତ ଭୂମି ପୂଜନ ଉତ୍ସବରେ ଯୋଗଦେଇ ଶିଳାନ୍ୟାସ କରିଥିଲେ।
ବୁଧବାର ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଲେଜଛକ ଦେଶକରମ ପଡିଆରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଜମିରେ ଏକ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହେବାକୁ ଥିବା କୁଡୁମି ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ଭବନର ଭୂମିପୂଜା କରିଛନ୍ତି ଯାଜପୁର ବିଧାୟକ ତଥା ବିଜେଡ଼ି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ।କୁଡୁମୀଙ୍କୁ କଥା ଦେଇ କଥା ରଖିଥିବାରୁ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟର ଲୋକେ ବେଶ ଖୁସିବ୍ୟକ୍ତ କରିଛନ୍ତି ।କିଛି ଦିନ ପୂର୍ବରୁ ନବୀନ ପଟ୍ଟନାୟକ ମୟୁରଭଞ୍ଜର କୁଡୁମୀ ଲୋକଙ୍କୁ ଡାକି ସେମାନଙ୍କର ସାମାଜିକ ଶିକ୍ଷା ଓ ସଂସ୍କୃତି ସମ୍ପର୍କରେ ଆଲୋଚନା କରିବା ପରେ ଏକ କୁଡୁମୀ ଭବନ ପାଇଁ ନିଷ୍ପତ୍ତି ନେଇଥିଲେ । ଆଲୋଚନାର ଏକ ମାସ ଭିତରେ ଏକ କୋଟି ଟଙ୍କାର କୁଡୁମୀ ଭବନ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କୁଡୁମୀ ଲୋକେ ।
ଆଜି ଅନୁଷ୍ଠିତ  ବିଶାଳ କୁଡୁମି ସମାବେଶ ଓ ଝୁମର ମହୋତ୍ସବରେ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ଚମ୍ପୁଆ ବିଧାୟକ ଶ୍ରୀମତୀ ମିନାକ୍ଷୀ ମହାନ୍ତ, ଓଡିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ସାନନ୍ଦ ମାର୍ଣ୍ଡି , ପୂର୍ବତନ ଏସଡ଼ିସି ଚେୟାରମ୍ୟାନ ଦେବାଶିଷ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା କୁଡୁମି ସମାଜ ରାଇରଙ୍ଗପୁର ସଭାପତି ନବୀନ କିଶୋର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ କୁଡୁମି ସଂସ୍କୃତି ଓ ପରମ୍ପରାର ଭୁୟସୀ ପ୍ରଶଂସା କରିଥିଲେ । ଏହି ଭୂମିପୂଜା କାର୍ଯ୍ୟକ୍ରମରେ ଓଡିଶା କୁଡୁମି ସମାଜର ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିବାବେଳେ ସକ୍ରିୟ ସଦସ୍ୟ ବିକାଶ କୁମାର ମହାନ୍ତ,ବିମଳ କୁମାର ମହାନ୍ତ, ରାଜକୁମାର ମହାନ୍ତ, ଭବାନୀ ଶଙ୍କର ମହାନ୍ତ, ପ୍ରଭାସ ମହାନ୍ତ, ଗତିକୃଷ ମହାନ୍ତ,ପ୍ରଭାତ ମହାନ୍ତ,ଆଲୋକ ମହାନ୍ତ, ମାନସ ମହାନ୍ତ, ବନମାଳୀ ମହାନ୍ତ, ବିଜୟ ମହାନ୍ତ, ଉମେଶ ମହାନ୍ତ, ବିଜନ ମହାନ୍ତ, ବାବଲୁ ମହାନ୍ତ, ଯତୀନ ମହାନ୍ତ, ଜହରଲାଲ ମହାନ୍ତ, ରୋହିତ ମହାନ୍ତ, ସଟପଦ ମହାନ୍ତ, ମୁକୁନ୍ଦ ମହାନ୍ତ, ରାଜକାପୁର ମହାନ୍ତ ପ୍ରମୁଖ ସହଯୋଗ କରିଥିବାବେଳେ ସୁଦୂର ଝାଡ଼ଖଣ୍ଡ ରୁ ଆସିଥିବା ସନ୍ତୋଷ ମାହାତୋ, ରଣଜିତ ମାହାତୋ, ଶତ୍ରୁଘ୍ନ ଡୁମୁରିଆର ଏବଂ ଓଡିଶାର ବିନ୍ଦୁ ମହାନ୍ତ, ବବିତା ମହାନ୍ତ କଲିୟାର ପ୍ରମୁଖ ରଙ୍ଗାରଙ୍ଗ ଝୁମର ପରିବେଷଣ କରିଥିଲେ |

About The Author: The Sakala