ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ସକାଳ ୯ଟା ୩୦ରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଫଳ ପ୍ରକାଶ ପାଇବାକୁ ଥିବାବେଳେ ଅପରାହ୍ଣ ୨ଟାରେ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ। ପିଲାଙ୍କ ପରୀକ୍ଷା ଫଳ www.cbse.gov.in ୱେବ ସାଇଟ୍ ସହ ଛାତ୍ରଛାତ୍ରୀଙ୍କ ଡିଜିଲକର୍ରେ ମଧ୍ୟ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ସେମାନଙ୍କ ଆଇଡି ଓ ପାସୱାର୍ଡ଼ ଜରିଆରେ ଲଗଇନ୍ କରି ରେଜଲ୍ଟ ପାଇ ପାରିବେ। ତେବେ ବୋର୍ଡ଼ ଅଧୀନରେ ଚଳିତ ବର୍ଷ ପରୀକ୍ଷା ଦେଇଥିବା ଦ୍ୱାଦଶର ପ୍ରାୟ ୧୨ ଲକ୍ଷ ଛାତ୍ରଛାତ୍ରୀ ଓ ଦଶମ ଶ୍ରେଣୀର ୨୦ ଲକ୍ଷ ଛାତ୍ରଛାତ୍ରୀ ରେଜଲ୍ଟ ଅପେକ୍ଷାରେ ରହିଛନ୍ତି। ଆଇସିଏସଇ ସମେତ ଅନ୍ୟ ରାଜ୍ୟ ବୋର୍ଡ଼ର ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିବାରୁ ସିବିଏସଇ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ଉତ୍କଣ୍ଠା ଲାଗି ରହିଛି।
ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ
ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ସକାଳ ୯ଟା ୩୦ରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଫଳ ପ୍ରକାଶ ପାଇବାକୁ ଥିବାବେଳେ ଅପରାହ୍ଣ ୨ଟାରେ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ। ପିଲାଙ୍କ ପରୀକ୍ଷା ଫଳ www.cbse.gov.in ୱେବ ସାଇଟ୍ ସହ ଛାତ୍ରଛାତ୍ରୀଙ୍କ ଡିଜିଲକର୍ରେ ମଧ୍ୟ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ସେମାନଙ୍କ ଆଇଡି ଓ ପାସୱାର୍ଡ଼ ଜରିଆରେ ଲଗଇନ୍ କରି […]