ତଦନ୍ତ କମିସନ ଫାଇଲ୍‌ ଗାଏବ ଘଟଣା: ତଦନ୍ତ ପାଇଁ ଲୋକସେବା ଭବନର ଗୃହ ବିଭାଗରେ କ୍ୟାପିଟାଲ ଥାନା ଅଧିକାରୀ

ଭୁବନେଶ୍ୱର: ସିଏମଓ ଅଫିସରୁ ଫାଇଲ୍ ଗାଏବ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୋଲିସ । କ୍ୟାପିଟାଲ ଥାନା ଅଧିକାରୀ ଲୋକସେବା ଭବନରେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଠାରୁ ତଥ୍ୟ  ନେଇଛନ୍ତି । ପୁଲିସ କମିସନରଙ୍କ ନେତୃତ୍ୱରେ ଗଠନ ହୋଇଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ । ଏହି ଟିମରେ ଜଣେ ଏସପି ଓ ଦୁଇ ଜଣ ଆଇଆଇସି ଅଛନ୍ତି । ପ୍ରାରମ୍ଭିକ ତଦନ୍ତ ସହ ପ୍ରମାଣ ଖୋଜା ଚାଲିଥିବା କହିଛନ୍ତି ପୁଲିସ କମିସନର ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ତଦନ୍ତ କମିସନ ରିପୋର୍ଟ ଚୋରି ଘଟଣାରେ ବୁଧବାର ଗୃହ ବିଭାଗର ଯୁଗ୍ମ ସଚିବ ଶରତଚନ୍ଦ୍ର ମାରାଣ୍ଡି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଫୁଲବାଣୀର ଚକାପାଦ ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟାର ତଦନ୍ତ କରିଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ.ଏସ ନାଇଡୁ କମିସନ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ଆରଡିସି ତଦନ୍ତ ରିପୋର୍ଟ ଚୋରି ହୋଇଥିବା ଅଭିଯୋଗ ହୋଇଛି।

About The Author: Madhusudan Das