କ୍ୟାମେରା ମାଗିବାରୁ ଘର ଭିତରକୁ ଡାକି ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର : ଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ ମହିଳା ଫଟୋଗ୍ରାଫରଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ନିଜର ଡିଏସ୍‍ଏଲ୍‍ଆର କ୍ୟାମେରା ମାଗିବାକୁ ଜଣେ ଯୁବକଙ୍କ ଘରକୁ ଯାଇଥିବା ବେଳେ ସେ ଏଭଳି ଦୁଷ୍କର୍ମ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ଏନେଇ ଯୁବତୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି। ହେଲେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନ ଥିବା ଜଣାପଡ଼ିଛି। ମିଳିଥିବା ଅଭିଯୋଗ ଅନୁଯାୟୀ, ସହିଦନଗର ଥାନା ଅଞ୍ଚଳରେ […]

ଭୁବନେଶ୍ୱର : ଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ ମହିଳା ଫଟୋଗ୍ରାଫରଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ନିଜର ଡିଏସ୍‍ଏଲ୍‍ଆର କ୍ୟାମେରା ମାଗିବାକୁ ଜଣେ ଯୁବକଙ୍କ ଘରକୁ ଯାଇଥିବା ବେଳେ ସେ ଏଭଳି ଦୁଷ୍କର୍ମ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ଏନେଇ ଯୁବତୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି। ହେଲେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନ ଥିବା ଜଣାପଡ଼ିଛି। ମିଳିଥିବା ଅଭିଯୋଗ ଅନୁଯାୟୀ, ସହିଦନଗର ଥାନା ଅଞ୍ଚଳରେ ଥିବା ଏକ ଷ୍ଟୁଡ଼ିଓରେ ଯୁବତୀ ଜଣଙ୍କ ଫଟୋଗ୍ରାଫର ଭାବେ କାମ କରୁଥିଲେ। ଏପରିକି ତାଙ୍କୁ ଉକ୍ତ ଷ୍ଟୁଡିଓ ମାଲିକ ଠିକ୍‍ ସମୟରେ ଦରମା ଦେଉ ନ ଥିଲେ। ଯେଉଁଥିପାଇଁ ଷ୍ଟୁଡିଓ ମାଲିକଙ୍କ ନାମରେ ମଧ୍ୟ ପୂର୍ବରୁ ଯୁବତୀ ଜଣଙ୍କ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।

ହେଲେ ପୂର୍ବରୁ ମାମଲା ଆପୋଷ ସମାଧାନ ହୋଇଥିଲା। କିନ୍ତୁ ଗତ କିଛିଦିନ ହେବ ମହିଳା ଫଟୋଗ୍ରାଫରଙ୍କ ଏକ ଡିଏସ୍‍ଏଲ୍‍ଆର କ୍ୟାମେରାକୁ ଉକ୍ତ ଷ୍ଟୁଡିଓର ଜଣେ କର୍ମଚାରୀ ମାଗି ନେଇଥିଲେ। ଠିକ୍‍ ସମୟରେ ମହିଳାଙ୍କୁ କ୍ୟାମେରା ଫେରାଇ ନ ଥିଲେ। ମହିଳା ଜଣଙ୍କ ବାରମ୍ବାର ଫୋନ୍‍ କଲେ ମଧ୍ୟ ସେ ଉଠାଉ ନ ଥିଲେ। ଶେଷରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଯୁବକଙ୍କ ଘରକୁ ମହିଳା କ୍ୟାମେରା ମାଗିବାକୁ ଯାଇଥିଲେ। ଯୁବକ ଜଣଙ୍କ ଘରେ ଏକା ଥିବା ସମୟରେ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିଥିଲେ। ସେ ତାଙ୍କୁ କ୍ୟାମେରା ଦେବା ଆଳରେ ଘର ଭିତରକୁ ଡାକି ନେଇଥିଲେ। ଏହାପରେ କବାଟ ବନ୍ଦ କରି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ଚିତ୍କାର କରିବା ପରେ ଯୁବକ ତାଙ୍କୁ ଛାଡ଼ି ଦେଇଥିଲେ। ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ପ୍ରକୃତରେ ଘଟଣା କଣ ହୋଇଛି ସେନେଇ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

About The Author: The Sakala