ଭୁବନେଶ୍ୱର: ବଢୁଛି ହୀରାକୁଦ ଡ୍ୟାମ୍ର ଜଳସ୍ତର । ସଂଧ୍ୟା ସୁଦ୍ଧା ହୀରାକୁଦର ଖୋଲିବ ୨୨ ଗେଟ୍ । ଏବେ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ସନ୍ଧ୍ୟା ବେଳକୁ ହୀରାକୁଦ ଡ୍ୟାମର ଆହୁରି ୮ଟି ଗେଟ୍ ଖୋଲାଯିବ । ସନ୍ଧ୍ୟା ସୁଦ୍ଧା ହୀରାକୁଦର ୨୨ ଗେଟ୍ ଦେଇ ହେବ ଜଳ ନିଷ୍କାସନ । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ହୀରାକୁଦକୁ ଇନଫ୍ଲୋ ବଢୁଥିବାରୁ ଅଧିକ ଗେଟ୍ ଖୋଲିବ ବୋଲି ସେ କହିଛନ୍ତି । ହୀରାକୁଦରୁ ଏବେ ପାଖାପାଖି ୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ୨୨ଟି ଗେଟରୁ ସାଢ଼େ ୩ ଲକ୍ଷ କ୍ୟୁସେକ ପାଣି ହୀରାକୁଦରୁ ଛଡ଼ାଯିବ । ଖଇରମାଳରେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦ ପାଣି ଆସିଲେ ପ୍ରାୟ ସାଢ଼େ ୭ ଲକ୍ଷ ପାଣି ପ୍ରବାହିତ ହେବ ବୋଲି ସୂଚନା ଦେଇଛିନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।
ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି ଯେ ମୁଣ୍ଡଳୀରେ କାଲି ପାଣି ପିକ୍ରେ ଥିଲା। କାଲି ସନ୍ଧ୍ୟାରେ ସେଠାରେ ୮ ଲକ୍ଷ ୮୮ ହଜାର କ୍ୟୁସେକ ଜଳ ପ୍ରବାହିତ ହୋଇଥିଲା। ଏବେ ୮ ଲକ୍ଷ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି। କାଲି ସକାଳେ ଏହା ସାଢ଼େ ୭ ଲକ୍ଷ କ୍ୟୁସେକରୁ ତଳକୁ ଖସିବ। ଦୟା ନଦୀ ଓ କୁଶଭଦ୍ରାରେ ବନ୍ୟା ପାଣି ଆସିଛି। ବନ୍ୟା ଯୋଗୁଁ ମୋଟ ୭ଟି ଘାଇ ହୋଇଛି ବୋଲି ଯନ୍ତ୍ରୀ କହିଛନ୍ତି ।