ସଟ୍‍ଡାଉନ୍‍ରେ ସଟର୍‍ ତଳେ ବେପାର

କୋଭିଡ୍‍ ସଂକ୍ରମଣ ରୋକିବା ପାଇଁ ପୁଲିସ ଦୋକାନ ଖୋଲିବା ଉପରେ ଶନିବାର, ରବିବାର ସପ୍ତାହାନ୍ତ ସଟଡାଉନ୍‍ କଟକଣା ଜାରି କରିଛି । କିନ୍ତୁ ଦୋକାନୀମାନେ ସିନା ଦୋକାନ ବନ୍ଦ କରିଛନ୍ତି ହେଲେ ସଟର୍‍ ତଳେ ଚାଲିଛି ବେପାର। ଅନେକ ମଧ୍ୟ ଦୋକାନ କ୍ୟାବିନ୍‍ ପଛପଟେ ଖୁଲମଖୁଲା ପାନ୍‍, ଗୁଟୁଖା, ଚା, ସିଗାରେଟ ସବୁ ବିକ୍ରି କରୁଛନ୍ତି। ଏପରିକି ପୁଲିସ ମଧ୍ୟ ନିଜେ ଗ୍ରାହକ ହୋଇ ନେଉଛନ୍ତି। କେବଳ ପାନ, ସିଗାରେଟ ନୁହେଁ ମଦ ଠାରୁ ଆରମ୍ଭ କରି […]

କୋଭିଡ୍‍ ସଂକ୍ରମଣ ରୋକିବା ପାଇଁ ପୁଲିସ ଦୋକାନ ଖୋଲିବା ଉପରେ ଶନିବାର, ରବିବାର ସପ୍ତାହାନ୍ତ ସଟଡାଉନ୍‍ କଟକଣା ଜାରି କରିଛି । କିନ୍ତୁ ଦୋକାନୀମାନେ ସିନା ଦୋକାନ ବନ୍ଦ କରିଛନ୍ତି ହେଲେ ସଟର୍‍ ତଳେ ଚାଲିଛି ବେପାର। ଅନେକ ମଧ୍ୟ ଦୋକାନ କ୍ୟାବିନ୍‍ ପଛପଟେ ଖୁଲମଖୁଲା ପାନ୍‍, ଗୁଟୁଖା, ଚା, ସିଗାରେଟ ସବୁ ବିକ୍ରି କରୁଛନ୍ତି। ଏପରିକି ପୁଲିସ ମଧ୍ୟ ନିଜେ ଗ୍ରାହକ ହୋଇ ନେଉଛନ୍ତି। କେବଳ ପାନ, ସିଗାରେଟ ନୁହେଁ ମଦ ଠାରୁ ଆରମ୍ଭ କରି ଗଞ୍ଜେଇ ମଧ୍ୟ ସଟର୍‍ ତଳେ ବେପାର ହେଉଛି। ଲୋକଙ୍କୁ ଦୋକାନ ପଛକୁ ଗଲେ ସବୁ କିଛି ମିଳି ଯାଉଛି।

ଆଗରେ ଦୋକାନ ବନ୍ଦ ଥିବା ଦେଖି ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀ ପଳାଇ ଯାଉଛନ୍ତି। ବିଶେଷକରି ବସ୍ତିର ଗଳିକନ୍ଦିରେ ବରା, ପକୁଡ଼ି ଆଦି ଛଣା ମଧ୍ୟ ଚାଲିଛି। ଅନେକ ମଧ୍ୟ ସଟର ପକାଇ ଦୋକାନ ଭିତରେ ଖାଇବାକୁ ମଧ୍ୟ ଦେଉଛନ୍ତି। କହିବାକୁ ଗଲେ କେବଳ ନାମକୁ ମାତ୍ର ଏବେ ସଟ୍‍ଡାଉନ୍‍ ଏବଂ ଲକ୍‍ଡାଉନ୍‍ ଚାଲିଛି। କିନ୍ତୁ ସବୁ କିଛି ଗଳା ବାଟରେ ଚାଲିଛି। ଅନେକ ସ୍ଥାନରେ ପୁଲିସ ସହରର ବିଭିନ୍ନ ସ୍ଥାନରେ ନାକା କରି ଜଗିଛି। ସେପଟରେ ଅନେକ ପଡ଼ିଆରେ ପିଲା ବିନା ମାସ୍କରେ କ୍ରିକେଟ ଖେଳୁଛନ୍ତି। ଯଦି ଜଣଙ୍କୁ କୋଭିଡ୍‍ ହୋଇଥିବ ତେବେ ଖେଳୁଥିବା ସମସ୍ତ ପିଲାଙ୍କୁ ଏହା ସଂକ୍ରମଣ କରିବ। ତେଣୁ ପୁଲିସକୁ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ବୋଲି ଅନେକ ମତ ଦେଲେଣି। ଅନ୍ୟପଟରେ ଦେଖିବାକୁ ଗଲେ ଯେଉଁଠି ଅନ୍‍ଲାଇନ୍‍ କାରବାର ହେଉଛି ସେଠାରେ ମଧ୍ୟ ଅଫ୍‍ଲାଇନ୍‍ ବେପାର ଚାଲିଛି। ଅଫ୍‍ଲାଇନ୍‍ ବେପାର ଉପରେ କଟକଣା ଥିଲେ ମଧ୍ୟ ଦୋକାନୀମାନେ ଏହାକୁ ମାନୁନାହାନ୍ତି। ସେମାନେ ଅଫ୍‍ଲାଇନ୍‍ରେ ଖୁଲମଖୁଲା ବେପାର କରୁଛନ୍ତି। ପୁଲିସ ପହଞ୍ଚି ପଚାରିଲେ ଅନ୍‍ଲାଇନ୍‍ରେ ଅର୍ଡର ଆସିଛି ଆମେ ଦେଉଛୁ। ତେଣୁ ଏବେ ସବୁ କିଛି ଗଳାବାଟରେ ଚାଲିଛି। ତେଣୁ ଏହା ଉପରେ ଯଦି ରୋକ ଲଗା ନ ଯାଏ ତେବେ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି କୁହାଯାଉଛି।

About The Author: The Sakala