ତାତିରୁ ତ୍ରାହି ପାଇଁ ବସ୍‌‌ ଟର୍ମିନାଲ୍‌‌ ଭରସା; ଥଣ୍ଡାରେ ଶୋଇବା, ପାଞ୍ଚ ଟଙ୍କାରେ ଖାଇବା

ଭୁବନେଶ୍ୱର: ଦିନ ବେଳା ପାରଦ ଉପରମୁହାଁ ରହୁଛି। ଖରାଗରମରେ ଲୋକ ମଧ୍ୟ ଆଉଟୁପାଉଟୁ ହୋଇ ପଡୁଛନ୍ତି। ବର୍ତ୍ତମାନ ରାଜଧାନୀରେ ଛାଇ ଟିକକ ମିଳିବା କଷ୍ଟକର ହୋଇ ପଡୁଛି। କାରଣ ଚାରିଆଡ଼େ କୋଠାବାଡ଼ି ନିର୍ମାଣ ସହ ଗଛ ସଂଖ୍ୟା ମଧ୍ୟ କମି କମି ଯାଉଛି। ଛାଇ ଚିକକ ପାଇଁ ଲୋକଙ୍କୁ ଏଠିସେଠି ହେବାକୁ ପଡୁଛି। ଯେଉଁଠି ଚିକିଏ ଛାଇ ଦେଖାଯାଉଛି ସେଇଠି ରୁଣ୍ଡ ହୋଇଯାଉଛନ୍ତି। ଏହି ଖରାଗରମରେ ଲୋକଙ୍କ ସାହାରା ପାଲଟିଛି ବରମୁଣ୍ଡା ବସ ଟର୍ମିନାଲ୍‌‌। ବିଶେଷକରି ଦିନ ଏଗାରଟାରୁ […]

ଭୁବନେଶ୍ୱର: ଦିନ ବେଳା ପାରଦ ଉପରମୁହାଁ ରହୁଛି। ଖରାଗରମରେ ଲୋକ ମଧ୍ୟ ଆଉଟୁପାଉଟୁ ହୋଇ ପଡୁଛନ୍ତି। ବର୍ତ୍ତମାନ ରାଜଧାନୀରେ ଛାଇ ଟିକକ ମିଳିବା କଷ୍ଟକର ହୋଇ ପଡୁଛି। କାରଣ ଚାରିଆଡ଼େ କୋଠାବାଡ଼ି ନିର୍ମାଣ ସହ ଗଛ ସଂଖ୍ୟା ମଧ୍ୟ କମି କମି ଯାଉଛି। ଛାଇ ଚିକକ ପାଇଁ ଲୋକଙ୍କୁ ଏଠିସେଠି ହେବାକୁ ପଡୁଛି। ଯେଉଁଠି ଚିକିଏ ଛାଇ ଦେଖାଯାଉଛି ସେଇଠି ରୁଣ୍ଡ ହୋଇଯାଉଛନ୍ତି। ଏହି ଖରାଗରମରେ ଲୋକଙ୍କ ସାହାରା ପାଲଟିଛି ବରମୁଣ୍ଡା ବସ ଟର୍ମିନାଲ୍‌‌।

ବିଶେଷକରି ଦିନ ଏଗାରଟାରୁ ତିନିଟା ପର୍ଯ୍ୟନ୍ତ ଆଶ୍ରୟସ୍ଥାନ ଭାବେ ପରିଗଣିତ ହେଉଛି। ଦୂରସ୍ଥାନକୁ ଯାତ୍ରା କରୁଥିବା ଲୋକମାନେ ମଧ୍ୟ ସମୟ ଆଗରୁ ଆସି ବସଷ୍ଟାଣ୍ଡ ଭିତରେ ଅପେକ୍ଷା କରୁଛନ୍ତି। କେବଳ ଯାତ୍ରୀ ନୁହନ୍ତି ବସଷ୍ଟାଣ୍ଡ ଆଖ ପାଖର ରହୁଥିବା ସାଧାରଣ ଲୋକମାନେ ମଧ୍ୟ ଖରାବେଳେ ସମୟଟା ଅତିବାହିତ କରିବା ସହ କେହି କେହି ସେହିଠାରେ ହିଁ ଶୋଇ ପଡୁଛନ୍ତି। ସେଥିରେ ପୁଣି ପାଞ୍ଚ ଟଙ୍କା ମିଲ୍‌‌ ସହିତ ଅନ୍ୟ ଖାଦର ମଧ୍ୟ ସୁବିଧା ଥିବାରୁ ଏହି ସ୍ଥାନଟି ସମୟଅତିବାହିତ କରିବାର ପ୍ରମୁଖସ୍ଥଳ ପାଲଟିଛି। କଲେଜ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭକରି ବ୍ୟାଚଲରମାନେ ଏଠାକୁ ବେଶୀ ଆସୁଛନ୍ତି। କିଏ ସାଙ୍ଗ ସହ ବସି ପାଠ ପଢ଼ୁଛନ୍ତି ତ କିଏ ନିଜ ସହପାଠୀ ସହ ବସି କଥାବାର୍ତ୍ତାରେ ସମୟ କାଟୁଛନ୍ତି। ବିଶେଷ କରି ଏସିର ସୁବିଧା ଥିବାରୁ ଲୋକମାନଙ୍କୁ ଆଉ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ। ଏଠାରେ ବିନାମୂଲ୍ୟ ଏବଂ ବିନା ସମୟସୀମାରେ ବସିବାର ସୁବିଧା ହିଁ ପ୍ରମୁଖ କାରଣବୋଲି ସେଠାକୁ ଆସିଥିବା କିଛି ଛାତ୍ରଛାତ୍ରୀ ମତ ଦେଇଥିଲେ। କେବଳ ସେହିମାନେ ନୁହଁ ସ୍ୱିଗି ଏବଂ ଜୋମାଟୋ ବଏ ମଧ୍ୟ ଅବସର କିମ୍ବା ଟିଫିନ୍‌‌ ଧରି ଥଣ୍ଡାରେ କେଇ ଘଡି ବସିବାକୁ ଏଠାକୁ ଚାଲି ଆସୁଛନ୍ତି। ଏପରିସ୍ଥଳେ ଯାତ୍ରୀଙ୍କଠୁ ଅଧିକ ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀଙ୍କ ଭିଡ ଦେଖିବାକୁ ମିଳୁଛି। ଏନେଇ ବରମୁଣ୍ଡା ପାଖରେ ରହୁଥିବା ଜଣେ ବ୍ୟକ୍ତି କୁହନ୍ତି ସବୁଦିନ ସେ ଏଠାକୁ ଆସି ଭିତରେ ନିୟମିତ ଖବରକାଗଜ ଆଣି ପଢ଼଼ନ୍ତି। ଖରାରେ ଅନ୍ୟ କେଉଁଠାକୁ ଯିବା ଅପେକ୍ଷା ଏଠାକୁ ଆସୁଛନ୍ତି। ଥଣ୍ଡାରେ ବସିବା ସହ ଖବରକାଗଜ ପଢ଼ା ମଧ୍ୟ ହୋଇଯାଉଛି।

ବିଭିନ୍ନ ମାର୍କେଟିଂ ଓ କର୍ପୋରେଟ୍‌‌ ସେକ୍ଟରରେ କାର୍ଯ୍ୟ କରୁଥିବା କ୍ଷେତ୍ର କର୍ମଚାରୀମାନେ ସାରାଦିନ ଏହା ଭିତରେ ବସି ଲାପ୍‌‌ଲାପ୍‌‌ରେ କାମ କରୁଥିବା ଦେଖିବାକୁ ମିଳୁଛି। ସେମାନେ ଭିତରେ ଥିବା ଥଣ୍ଡା ପାନୀୟ ସମେତ ବିଭିନ୍ନ ସ୍ନାକ୍ସ ଦୋକାନରେ ସମୟ କାଟୁଥିବା ଦେଖବବାକୁ ମିଳୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନେକ ପରିବାର ପିଲାଛୁଆଙ୍କୁ ନେଇ ଏଠାରେ ଖରାବେଳେ ସମୟ କାଟୁଛନ୍ତି। ବସ୍‌‌ ଟର୍ମିନାଲ ଭିତରେ ଥିବା ଗେମ୍‌‌ ଜୋନ୍‌‌ରେ ପିଲାମାନେ ଖେଳି ଧୂମ୍‌‌ ମଜା ଉଠାଉଛନ୍ତି। ସେହିଭଳି ବିଭିନ୍ନ ଛାତ୍ରଛାତ୍ରୀ ଓ ଯୁବଗୋଷ୍‌‌ୀଂ ବସ୍‌‌ ଟର୍ମିନାଲ ପରିସରରେ ସେଲ୍‌ଫଫି ଓ ରିଲ୍ସ କରିବାର ଦେଖିବାକୁ ମିଳୁଛି।

About The Author: The Sakala