ବୁର୍ଲା ଭିସୁଟରେ କୁଳପତିଙ୍କ କଡ଼ା ନିର୍ଦ୍ଦେଶ: ଛାତ୍ରଛାତ୍ରୀ ପିନ୍ଧି ପାରିବେନି ଛୋଟ ପୋଷାକ

ସମ୍ୱଲପୁର: ବୁର୍ଲା ଭିସୁଟରେ କୁଳପତିଙ୍କ କଡ଼ା ନିର୍ଦ୍ଦେଶ। ଛାତ୍ରଛାତ୍ରୀ ପିନ୍ଧି ପାରିବେନି ଛୋଟ ପୋଷାକ। ବୁର୍ଲା ଭିସୁଟ କୁଳପତି ଭିସୁଟ ଛାତ୍ରଛାତ୍ରୀଙ୍କ ଲାଗି ଏହି କଡା ନୋଟିସ ଜାରି କରିଛନ୍ତି। ଆଗକୁ ଭିସୁଟର ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ୟକ୍ରମ ରହିଛି। ସାଂସ୍କୃତିକ କାର୍ୟକ୍ରମରେ ଛୋଟ ପୋଷାକ ପରିଧାନ କରି ବିଶ୍ୱବିଦ୍ୟାଳୟ ପରିସରକୁ ଆସିବା ଉପରେ କଟକଣା ଲଗାଯାଇଛି। ପାରମ୍ପରିକ ପୋଷାକ ପିନ୍ଧି ଆସିବା ପାଇଁ କୁଳପତି ନୋଟିସ ଜାରି କରିଛନ୍ତି। ଯଦି ଛାତ୍ରଛାତ୍ରୀ ଏହି […]

ସମ୍ୱଲପୁର: ବୁର୍ଲା ଭିସୁଟରେ କୁଳପତିଙ୍କ କଡ଼ା ନିର୍ଦ୍ଦେଶ। ଛାତ୍ରଛାତ୍ରୀ ପିନ୍ଧି ପାରିବେନି ଛୋଟ ପୋଷାକ। ବୁର୍ଲା ଭିସୁଟ କୁଳପତି ଭିସୁଟ ଛାତ୍ରଛାତ୍ରୀଙ୍କ ଲାଗି ଏହି କଡା ନୋଟିସ ଜାରି କରିଛନ୍ତି। ଆଗକୁ ଭିସୁଟର ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ୟକ୍ରମ ରହିଛି। ସାଂସ୍କୃତିକ କାର୍ୟକ୍ରମରେ ଛୋଟ ପୋଷାକ ପରିଧାନ କରି ବିଶ୍ୱବିଦ୍ୟାଳୟ ପରିସରକୁ ଆସିବା ଉପରେ କଟକଣା ଲଗାଯାଇଛି। ପାରମ୍ପରିକ ପୋଷାକ ପିନ୍ଧି ଆସିବା ପାଇଁ କୁଳପତି ନୋଟିସ ଜାରି କରିଛନ୍ତି।

ଯଦି ଛାତ୍ରଛାତ୍ରୀ ଏହି ନିର୍ଦ୍ଦେଶର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କୁ ଭିସୁଟ ମୁଖ୍ୟ ଫାଟକ ଭିତରକୁ ଛଡା ଯିବନାହିଁ। ଏହାସହ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

About The Author: The Sakala