ମଇଁଷି ବୋଝେଇ ୨ ଗାଡି ଜବତ, ୩ ଗିରଫ

ବାଲୁଗାଁ: ବାରମ୍ବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସତ୍ତ୍ବେ ପୋଲିସ ଗୋରୁ ଚାଲାଣ ଉପରେ ରୋକ୍ ଲଗାଇ ପାରୁନି। ଗୋମାଫିଆମାନେ ବେଫିକର ଭାବେ ଗୋରୁ ଚାଲାଣ କରିବାରେ ପଛଘୁଞ୍ଚା ଦେଉନାହାନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ନାଚୁଣୀ ଫାଣ୍ଡି ପୋଲିସ ୧୧ ଟି ମଇଁଷିକୁ ଉଦ୍ଧାର କରିଛି। ଦୁଇଟି ଗାଡି ଜବତ କରିବା ସହ ୩ ଜଣ ଗୋମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୁଚନା ଅନୁଯାୟୀ ଶନିବାର ଅପରାହ୍ନରେ ଭୂଷଣ୍ଡପୁର ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳକୁ […]

ବାଲୁଗାଁ: ବାରମ୍ବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସତ୍ତ୍ବେ ପୋଲିସ ଗୋରୁ ଚାଲାଣ ଉପରେ ରୋକ୍ ଲଗାଇ ପାରୁନି। ଗୋମାଫିଆମାନେ ବେଫିକର ଭାବେ ଗୋରୁ ଚାଲାଣ କରିବାରେ ପଛଘୁଞ୍ଚା ଦେଉନାହାନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ନାଚୁଣୀ ଫାଣ୍ଡି ପୋଲିସ ୧୧ ଟି ମଇଁଷିକୁ ଉଦ୍ଧାର କରିଛି। ଦୁଇଟି ଗାଡି ଜବତ କରିବା ସହ ୩ ଜଣ ଗୋମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ସୁଚନା ଅନୁଯାୟୀ ଶନିବାର ଅପରାହ୍ନରେ ଭୂଷଣ୍ଡପୁର ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳକୁ ବେଆଇନ ଭାବେ ଦୁଇଟି ମଇଁଷି ବୋଝେଇ ଭ୍ଯାନ୍ ଯାଉଥିବା ନେଇ କୌଣସି ବିଶେଷ ସୂତ୍ରରୁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଖବର ପାଇ, ଏ ସମ୍ପର୍କରେ ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କୁ ସୁଚନା ଦେଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ୧୬ ନମ୍ବର ଜାତୀୟ ରାଜପଥର ନାଚୁଣୀ ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ରାସ୍ତାସାରା ପୋଲିସ ପେଟ୍ରୋଲିଂ କରି କଡାକଡି ଯାଞ୍ଚ ଜାରି ରଖିଥିଲା। ଏହି ପେଟ୍ରୋଲିଂ ବେଳେ କଉଡ଼ିଖଣି ଛକ ନିକଟରୁ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ବେଆଇନ ଭାବେ ୧୧ ଗୋଟି ଜୀବନ୍ତ ମଇଁଷି ବୋଝେଇ କରି ନେଉଥିବା ଦୁଇଟି ମଇଁଷି ବୋଝେଇ ଗାଡି ଜବତ କରିବା ସହ ଏଥିରେ ସଂପୃକ୍ତ ୩ ଜଣ ଗୋମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ମଇଁଷିମାନଙ୍କ ଅବସ୍ଥା ସାମାନ୍ୟ ଖରାପ ଥିବାରୁ ଶ୍ରୀ ସାହୁ ତୁରନ୍ତ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସାହାଯ୍ୟରେ ମଇଁଷିମାନଙ୍କ ଚିକିତ୍ସା କରାଇ ଜଟଣୀ ମାଧବ ଗୋଶାଳାକୁ ହସ୍ତାନ୍ତର କରିଦେଇଛନ୍ତି। ତତ୍ ସହିତ ବାଣପୁର ଥାନା କେସ ନମ୍ବର ୨୫୨/୨୧ରେ ଏକ ମାମଲା ରୁଜୁ କରି ଏଥିରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ନେଇ ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

About The Author: The Sakala