ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ; ପାସ୍ ହାର ୬୩.୬୪%

କଟକ: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ପାସ୍ ହାର ୬୩.୬୪% ରହିଛି । ମୋଟ୍ ୫୭୬୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବାବେଳେ ୩୬୬୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଆଜି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (୨ୟ) ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ଏଥିରେ ଚଳିତ ବର୍ଷ ୬୨.୬୫% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପରୀକ୍ଷାର୍ଥୀମାନେ ବୋର୍ଡର ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.in ମାଧ୍ୟମରେ ନିଜର ଫଳାଫଳ ଦେଖିପାରିବେ। ସଫଳ ପରୀକ୍ଷାର୍ଥୀମାନେ ଅଗଷ୍ଟ ୧୭ରୁ ବୋର୍ଡର ୱେବସାଇଟ୍ bse.odisha.gov.inରେ ନିଜର ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ।  ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ଗତ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । 

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେହି A1 ଗ୍ରେଡ୍‌ ପାଇ ନଥିବା ବେଳେ  A2ରେ ୫ ଜଣ, B1ରେ ୧୨, B2ରେ ୫୩, Cରେ ୧୯୨, Dରେ ୫୩୬ ଏବଂ E ଗ୍ରେଡ୍‌ରେ ୨,୫୯୩ ଜଣ ରହିଛନ୍ତି। ୨୭୫ ଜଣ କମ୍ପାର୍ଟମେଣ୍ଟାଲ୍‌ରେ ପାସ୍‌ କରିଥିବା ବେଳେ ୨,୦୯୪ ଜଣ ଫେଲ୍‌ ହୋଇଛନ୍ତି। 

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (୨ୟ)- ୨୦୨୬ରେ ମୋଟ ୮,୬୯୮ ଜଣ ପରୀକ୍ଷା ଦେଇଥିବା ବେଳେ ୫,୪୫୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ A1 ଗ୍ରେଡ୍‌ରେ କେହି ପାସ୍ କରି ନଥିବା ବେଳେ A2ରେ ୧୦, B1ରେ ୧୦୯, B2ରେ ୪୦୧, Cରେ ୮୬୮, Dରେ ୧,୫୧୪ ଏବଂ E ଗ୍ରେଡ୍‌ରେ ୨,୫୪୮ ଜଣ ରହିଛନ୍ତି। ମୋଟ ୩,୧୮୫ ଜଣ ଫେଲ୍‌ ହୋଇଛନ୍ତି।

About The Author: Madhusudan Das