କଟକରୁ ୧୬ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ

ପୁଣି କଟକରୁ ଜବତ ହେଲା ବ୍ରାଉନସୁଗାର। କଟକ ଜିଲ୍ଲା ବାଙ୍କୀରୁ ଜବତ ହୋଇଛି ୧୬୪ ଗ୍ରାମ ବ୍ରାଉନ ସୁଗାର। ତେବେ ଏହି ଘଟଣାରେ ବାଙ୍କୀ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଜଣେ ଯୁବକଙ୍କୁ ଗିରଫ କରିଛି। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୧୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସ୍ପଷ୍ଟ କରିଛି। ସୂଚନା ଅନୁଯାୟୀ, ଏହି ଧଳା ଜହର କାରବାର ଘଟଣାରେ ବାଙ୍କୀ ପଡ଼ାସାହିର ସୁରେଶ ମହାପାତ୍ର ନାମକ ଜଣେ ଯୁବକକୁ […]

ପୁଣି କଟକରୁ ଜବତ ହେଲା ବ୍ରାଉନସୁଗାର। କଟକ ଜିଲ୍ଲା ବାଙ୍କୀରୁ ଜବତ ହୋଇଛି ୧୬୪ ଗ୍ରାମ ବ୍ରାଉନ ସୁଗାର। ତେବେ ଏହି ଘଟଣାରେ ବାଙ୍କୀ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଜଣେ ଯୁବକଙ୍କୁ ଗିରଫ କରିଛି। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୧୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସ୍ପଷ୍ଟ କରିଛି।

ସୂଚନା ଅନୁଯାୟୀ, ଏହି ଧଳା ଜହର କାରବାର ଘଟଣାରେ ବାଙ୍କୀ ପଡ଼ାସାହିର ସୁରେଶ ମହାପାତ୍ର ନାମକ ଜଣେ ଯୁବକକୁ ଗିରଫ କରାଯାଇଛି। ତେବେ ସୁରେଶ ଦୀର୍ଘଦିନ ହେଲା ବାଙ୍କୀ ଅଞ୍ଚଳରେ ଧଳା ଜହର ବେପାର କରୁଥିଲା ବୋଲି ଜଣାପଡ଼ିଛି।

About The Author: The Sakala