କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣଧାରାର ଅନନ୍ୟ ଉଦାହରଣ : ଅନ୍ତଃସ୍ୱରରୁ ଅଦ୍ୱିତୀୟ

(ବ୍ରହ୍ମପୁରରୁ କ୍ଷୀରସିନ୍ଧୁ ମହାନ୍ତି) ସିନେମାର କିଛି ନିର୍ଦ୍ଦିଷ୍ଟ ସୀମା ନଥାଏ କିନ୍ତୁ ଲକ୍ଷ୍ୟ ନିଶ୍ଚିତ। ଦର୍ଶକଙ୍କ ହୃଦୟକୁ ଛୁଇଁବାର ଲକ୍ଷ୍ୟରେ ତିଆରି ହୁଏ। ସିନେମା ତିଆରି ପାଇଁ ସବୁବେଳେ ବଲିଉଡ୍‌‌, ଓଲିଉଡ୍‌‌ କି ଟଲିଉଡ୍‌‌ ଦରକାର ନାହିଁ। ମଫସଲରେ ବି ସିନେମା ତିଆରିର ସ୍ୱପ୍ନ ଦେଖିହୁଏ। ଗଞ୍ଜାମର ଗ୍ରାମାଞ୍ଚଳରେ ଆରମ୍ଭ ହୋଇଥିବା କ୍ଷୁଦ୍ର ସିନେମାର ନିର୍ମାଣ ଏବେ ଦର୍ଶକଙ୍କ ହୃଦୟରେ ବଡ଼ ସ୍ଥାନ ଅଧିକାର କରିସାରିଲାଣି। ଗଞ୍ଜାମ କେବଳ ଗୋଟେ ଜିଲ୍ଲା ନୁହେଁ, ବରଂ ସୃଜନର ଏକ […]

(ବ୍ରହ୍ମପୁରରୁ କ୍ଷୀରସିନ୍ଧୁ ମହାନ୍ତି) ସିନେମାର କିଛି ନିର୍ଦ୍ଦିଷ୍ଟ ସୀମା ନଥାଏ କିନ୍ତୁ ଲକ୍ଷ୍ୟ ନିଶ୍ଚିତ। ଦର୍ଶକଙ୍କ ହୃଦୟକୁ ଛୁଇଁବାର ଲକ୍ଷ୍ୟରେ ତିଆରି ହୁଏ। ସିନେମା ତିଆରି ପାଇଁ ସବୁବେଳେ ବଲିଉଡ୍‌‌, ଓଲିଉଡ୍‌‌ କି ଟଲିଉଡ୍‌‌ ଦରକାର ନାହିଁ। ମଫସଲରେ ବି ସିନେମା ତିଆରିର ସ୍ୱପ୍ନ ଦେଖିହୁଏ। ଗଞ୍ଜାମର ଗ୍ରାମାଞ୍ଚଳରେ ଆରମ୍ଭ ହୋଇଥିବା କ୍ଷୁଦ୍ର ସିନେମାର ନିର୍ମାଣ ଏବେ ଦର୍ଶକଙ୍କ ହୃଦୟରେ ବଡ଼ ସ୍ଥାନ ଅଧିକାର କରିସାରିଲାଣି।

ଗଞ୍ଜାମ କେବଳ ଗୋଟେ ଜିଲ୍ଲା ନୁହେଁ, ବରଂ ସୃଜନର ଏକ ଗନ୍ତାଘର। ଏବେ କ୍ଷୁଦ୍ର ଚଳଚ୍ଚିତ୍ର ତିଆରିରେ ବି ଗଞ୍ଜାମ ସମସ୍ତଙ୍କଠାରୁ ଆଗରେ। ‘ଅନ୍ତଃସ୍ୱର’ରୁ ‘ଅଦ୍ୱିତୀୟ’ ଏ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣଧାରାର ଅନନ୍ୟ ଉଦାହରଣ। ଡିଜିଟାଲ ବିପ୍ଲବର ଅନେକ ଦକ୍ଷ ସିନେ ନିର୍ମାତାଙ୍କୁ ବଡ଼ ସୁଯୋଗ ଦେଇଛି। ପ୍ରାୟ ୬ ବର୍ଷ ପୂର୍ବେ ଗଞ୍ଜାମରେ ଏ ସୁଯୋଗକୁ ଆବିଷ୍କାର କରି ଲୋକପ୍ରିୟ ହୋଇପାରିଛନ୍ତି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା। କ୍ରିଷ୍ଣା ଡିକେ ଓ ସୀମାଞ୍ଚଳ ଯୋଡ଼ି ଏ ଧାରାକୁ ବହୁତ ଆଗକୁ ନେଇ ଅନ୍ତର୍ଜାତୀୟସ୍ତରରେ ବି ଖ୍ୟାତି ଅର୍ଜନ କଲେଣି।

କ୍ରିଷ୍ଣା ଡିକେ ଓ ସୀମାଞ୍ଚଳ ଯୋଡ଼ିଙ୍କ ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଅନ୍ତଃସ୍ୱର’ ଅନ୍ତର୍ଜାତୀୟସ୍ତରରେ ପ୍ରଚୁର ଲୋକପ୍ରିୟତା ସାଉଁଟିଥିଲା। ସାହିତ୍ୟିକ ସୋମନାଥ ବେହେରାଙ୍କ ଲିଖିତ କାହାଣୀକୁ ଚଳଚ୍ଚିତ୍ରର ରୂପ ଦେଇଥିଲେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ଷୁଦ୍ରଚଳଚ୍ଚିତ୍ର ନିର୍ମାତା କୃଷ୍ଣଚନ୍ଦ୍ର ସାହୁ ବା କ୍ରିଷ୍ଣା ଡିକେ। ସଂଳାପ ଲେଖିଥିଲେ ସୀମାଞ୍ଚଳ ମହାରଣା। କ୍ରିଷ୍ଣା ଡିକେ ଏହାର ନିର୍ଦ୍ଦେଶନା ଦେଇଥିଲେ। ‘ଅନ୍ତଃସ୍ୱର’ ୨୦୧୮ ମସିହାରେ ଭୁବନେଶ୍ୱରରେ ଆୟୋଜିତ ‘ସୃଷ୍ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’ରେ ପ୍ରଦର୍ଶିତ ହୋଇ ବେଶ୍‌‌ ପ୍ରଶଂସା ସାଉଁଟିଥିଲା। ଫିଲ୍ମରେ ଜଣେ ଖ୍ୟାତିସମ୍ପନ୍ନ ଫଟୋଗ୍ରାଫର୍‌‌ କିଭଳି ପୁରସ୍କାର ପଛରେ ଦୌଡ଼ି ନିଜ ମାନବିକତା ଓ ସାମାଜିକ ଦାୟିତ୍ୱ ଭୁଲିଯାଇଛି ତାହା ପ୍ରଦର୍ଶିତ ହୋଇଥିଲା। ଏଥିରେ ରବି ନାରାୟଣ ସାହୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଚିତ୍ରୋତ୍ତୋଳନ ଦାୟିତ୍ୱ ସମ୍ଭାଳିଥିଲେ ସିନେମାଟୋଗ୍ରାଫର୍‌‌ ଆର୍‌‌. କ୍ରିଷ୍ଣା।

୨୦୧୯ରେ ହିଞ୍ଜିଳିକାଟୁରେ କ୍ରିଷ୍ଣା ଡିକେ ଓ ସୀମାଞ୍ଚଳ ମହାରଣା, କିଛି କଳାକାର ଓ କଳାପ୍ରେମୀଙ୍କ ପ୍ରୋତ୍ସାହନରେ ପ୍ରତିଷ୍ଠିତ ‘ନୃତ୍ୟମ କଳା ଗବେଷଣା କେନ୍ଦ୍ର’ ଏ କ୍ଷୁଦ୍ର ଚଳଚ୍ଚିତ୍ର ତିଆରିର ଧାରାକୁ ବହୁ ଆଗକୁ ନେବାରେ ସଫଳ ହୋଇଛି। ଅନୁଷ୍ଠାନର ନିର୍ଦ୍ଦେଶକ କ୍ରିଷ୍ଣା ଡିକେ ଅଭିଳାଶ, ଅସବର୍ଣ୍ଣ, ଅନୀକ ଭଳି ୩୦ରୁ ଊର୍ଦ୍ଧ୍ବ କାଳ୍ପନିକ ଓ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରି ସାରିଲେଣି।

‘ଅନନ୍ୟା’ ଭଳି ଏକ କ୍ଷୁଦ୍ର କଳାତ୍ମକ ଚଳଚ୍ଚିତ୍ର ନିର୍ମାଣ କରି କ୍ରିଷ୍ଣା ଡିକେ ଉତ୍ତର ଆଫ୍ରିକା ଅନ୍ତର୍ଗତ ଟ୍ୟୁନିସିଆ ଦେଶରେ ଆୟୋଜିତ ଫିବସ୍‌‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଦୁଇଟି ବର୍ଗରେ ପୁରସ୍କୃତ ହୋଇଛନ୍ତି। କୋଭିଡ-୧୯ ସଚେତନତା ନିମନ୍ତେ ପ୍ରସ୍ତୁତ ‘ଅଭିଳାଷ’ କ୍ଷୁଦ୍ର ଚଳଚ୍ଚିତ୍ରକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରି ସାରିଛନ୍ତି।

ସବୁଠାରୁ ଉଲ୍ଲେଖନୀୟ କଥା ହେଲା କ୍ରିଷ୍ଣାଙ୍କ ନିର୍ମିତ ସମସ୍ତ କ୍ଷୁଦ୍ର ଚଳଚ୍ଚିତ୍ରର ନାମ ପ୍ରଥମ ଅକ୍ଷର ‘ଅ’ରୁ ଆରମ୍ଭ ହୋଇଛି। ନିକଟରେ କ୍ରିଷ୍ଣା ଡିକେ ଓ ସୀମାଞ୍ଚଳ ମହାରଣା ପ୍ରସ୍ତୁତ କରିଛନ୍ତି ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଦ୍ୱିତୀୟ’। ଗଞ୍ଜାମ ଜିଲ୍ଲା ଆସିକା ଥାନାଧିକାରୀ କିପରି ଲୋକଙ୍କ ବିଶ୍ୱାସ ଜିଣି, ଅପରାଧୀଙ୍କୁ ମୁଖ୍ୟସ୍ରୋତକୁ ଆଣିବାରେ ସଫଳ ହୋଇଛନ୍ତି, ତାହା ଏହି କାହାଣୀରେ ଖୁବ୍‌‌ ସୁନ୍ଦର ଭାବେ ଦେଖାଇଚନ୍ତି କ୍ରିଷ୍ଣା ଓ ସୀମାଞ୍ଚଳ। ଏଥିରେ ପ୍ରଶାନ୍ତ କୁମାର ସାହୁ ମୁଖ୍ୟ

About The Author: The Sakala