ସାପ କାମୁଡ଼ାରେ ନାବାଳକ ମୃତ

ଔପଦା: କାଳ ହେଲା ଛେଳି ଚରାଇବା,ସାପ କାମୁଡ଼ାରେ ଚାଲିଗଲା ନାବାଳକର ଜୀବନ। ବାଲେଶ୍ଵର ଜିଲ୍ଲା ଔପଦା ଥାନା ମହିଷାଢାଳି ଗ୍ରାମର ସନାତନ ମୂର୍ମୁ ଙ୍କ ପୁଅ ଵିଷ୍ଣୁ ମୂର୍ମୁ (10)ଜଙ୍ଗଲ କୁ ଛେଳି ଚରାଇ ବାକୁ ଯାଇଥିଲେ। ଛେଳି ଚରାଇ ଘରକୁ ଫେରିବା ସମୟରେ ଜଂଗଲରେ ତାକୁ ଏକ ଅଜଣା ସାପ କାମୁଡି ଦେଇଥିଲା। ବିଷ୍ଣୁଙ୍କ ସହିତ ଯାଇଥିବା ତାଙ୍କ ଗାଁ ପିଲାମାନେ ବିଷ୍ଣୁ ଙ୍କ ଘରେ ଏ ସଂପର୍କରେ ଜଣାଇବା ପରେ ପରିବାର ଲୋକ ବିଷ୍ଣୁଙ୍କୁ […]

ଔପଦା: କାଳ ହେଲା ଛେଳି ଚରାଇବା,ସାପ କାମୁଡ଼ାରେ ଚାଲିଗଲା ନାବାଳକର ଜୀବନ। ବାଲେଶ୍ଵର ଜିଲ୍ଲା ଔପଦା ଥାନା ମହିଷାଢାଳି ଗ୍ରାମର ସନାତନ ମୂର୍ମୁ ଙ୍କ ପୁଅ ଵିଷ୍ଣୁ ମୂର୍ମୁ (10)ଜଙ୍ଗଲ କୁ ଛେଳି ଚରାଇ ବାକୁ ଯାଇଥିଲେ। ଛେଳି ଚରାଇ ଘରକୁ ଫେରିବା ସମୟରେ ଜଂଗଲରେ ତାକୁ ଏକ ଅଜଣା ସାପ କାମୁଡି ଦେଇଥିଲା। ବିଷ୍ଣୁଙ୍କ ସହିତ ଯାଇଥିବା ତାଙ୍କ ଗାଁ ପିଲାମାନେ ବିଷ୍ଣୁ ଙ୍କ ଘରେ ଏ ସଂପର୍କରେ ଜଣାଇବା ପରେ ପରିବାର ଲୋକ ବିଷ୍ଣୁଙ୍କୁ ଔପଦାର 108 ଆମ୍ବୁଲାନ୍ସ ଯୋଗେ ଖଇରା ମେଡିକାଲ କୁ ନେଇ ଯାଇଥିଲେ । ହେଲେ ଡାକ୍ତର ସେଠାରେ ବିଷ୍ଣୁକୁ ମୃତ ଘୋଷଣା କରିଥିଲେ ।ତେବେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

About The Author: The Sakala