ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ମାମୁ-ଭଣଜା, ନିଆଁ ପୋଇଁବା ବେଳେ ଅଘଟଣ

ବୌଦ୍ଧ : ନିଆଁ ପୋଇଁବା ବେଳେ ଘଟିଲା ଅଘଟଣ। ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ନାବାଳକ।  ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗାଁରେ ଏହି ଅଘଟଣ ଘଟିଛି। ନିଆରେ ଜୀବନ୍ତ ଦଗ୍ଧ  ହୋଇଥିବା ଦୁଇ ନାବାଳକ ସମ୍ପର୍କରେ ମାମୁ ଭଣଜା ହୋଇଥିବା ସୂଚନା ମିଳିଛି। ମୃତକ ଦୁଇ ଜଣଙ୍କ ମଧ୍ୟରେ ଜଣେ ୮ ବର୍ଷର କ୍ରୀଷ୍ଣା ଊର୍ମା ଓ ଅନ୍ୟ ଜଣେ ୫ ବର୍ଷର କ୍ରୀଷ୍ଣା ଭୋଇ । ଶୀତ ଦାଉରୁ ରକ୍ଷା ପାଇଁ […]

ବୌଦ୍ଧ : ନିଆଁ ପୋଇଁବା ବେଳେ ଘଟିଲା ଅଘଟଣ। ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ନାବାଳକ।  ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗାଁରେ ଏହି ଅଘଟଣ ଘଟିଛି। ନିଆରେ ଜୀବନ୍ତ ଦଗ୍ଧ  ହୋଇଥିବା ଦୁଇ ନାବାଳକ ସମ୍ପର୍କରେ ମାମୁ ଭଣଜା ହୋଇଥିବା ସୂଚନା ମିଳିଛି।

ମୃତକ ଦୁଇ ଜଣଙ୍କ ମଧ୍ୟରେ ଜଣେ ୮ ବର୍ଷର କ୍ରୀଷ୍ଣା ଊର୍ମା ଓ ଅନ୍ୟ ଜଣେ ୫ ବର୍ଷର କ୍ରୀଷ୍ଣା ଭୋଇ । ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ପୋଇଁ ହେଉଥିବା ବେଳେ ପାଳ ଗଦାରେ ନିଆଁ ଲାଗିଯାଇଥିଲା। ଆଉ ସେହି ନିଆଁରେ ଦୁଇ ନାବାଳକ ଜଳି ଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପରିବାର ଓ ଗାଁ ଲୋକ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ  ବାଉଁଶୁଣି ଥାନା ପୁଲିସ ପହଞ୍ଚିଥିବା ଜଣାପଡିଛି।

About The Author: The Sakala