ଚିତ୍ରକଳାରେ ବେଶ ପ୍ରତିଭାଶାଳୀ ବୌଦ୍ଧର ଶିଖା ମିଶ୍ର, ଆଙ୍କୁଛନ୍ତି ପ୍ରଭୁ ଜଗନ୍ନାଥଙ୍କ ରଙ୍ଗ ବେରଙ୍ଗର ମନଲୋଭା ଛବି

ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ସ୍କୁଲ୍‌‌ ପଢ଼଼ିବା ସମୟରୁ ଚିତ୍ର କଳାରେ ବେଶ ପ୍ରତିଭାଶାଳୀ ଥିଲେ ଶିଖା। ପ୍ରଥମେ ସେ ପେନ ବ୍ୟବହାର କରି ଅନେକ ସୁନ୍ଦର ଫୁଲ, ରଙ୍ଗୋଲି ଚିତ୍ର ବନେଇବା ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ନିଜ ଭକ୍ତି ଭାବକୁ ପ୍ରକାଶ କରିବା ପାଇଁ ଆଙ୍କିଥିଲେ ଜଗନ୍ନାଥଙ୍କ ରଙ୍ଗ ବେରଙ୍ଗ ଛବି। ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ସମର୍ପଣ ଭାବ ଯୋଗୁଁ ଏହି କାର୍ଯ୍ୟ ତାଙ୍କ ମନରେ ଏକ ସ୍ୱର୍ଗୀୟ ଆନନ୍ଦ […]

ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ସ୍କୁଲ୍‌‌ ପଢ଼଼ିବା ସମୟରୁ ଚିତ୍ର କଳାରେ ବେଶ ପ୍ରତିଭାଶାଳୀ ଥିଲେ ଶିଖା। ପ୍ରଥମେ ସେ ପେନ ବ୍ୟବହାର କରି ଅନେକ ସୁନ୍ଦର ଫୁଲ, ରଙ୍ଗୋଲି ଚିତ୍ର ବନେଇବା ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ନିଜ ଭକ୍ତି ଭାବକୁ ପ୍ରକାଶ କରିବା ପାଇଁ ଆଙ୍କିଥିଲେ ଜଗନ୍ନାଥଙ୍କ ରଙ୍ଗ ବେରଙ୍ଗ ଛବି। ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ସମର୍ପଣ ଭାବ ଯୋଗୁଁ ଏହି କାର୍ଯ୍ୟ ତାଙ୍କ ମନରେ ଏକ ସ୍ୱର୍ଗୀୟ ଆନନ୍ଦ ଅନୁଭବ କରାଉଥିଲା। ସତେ ଯେପରି ଭାବର ଠାକୁର ଜଗତ ବିଶ୍ବନିଅନ୍ତା ଜଗନ୍ନାଥ ଶିଖାର ହାତ ଧରି ନିଜେ ନିଜେ ଆଙ୍କି ପକାଉଥିଲେ ସୁନ୍ଦର ମନଲୋଭା ଚିତ୍ର।

ପିଲାଟି ଦିନରୁ ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ମନରେ ଦୃଢ ବିଶ୍ୱାସ ଏବଂ ଜଗନ୍ନାଥଙ୍କ ପ୍ରତି ଥିବା ଦୃଢ଼ ଭଲପାଇବା ଶିଖାକୁ ଦେଇଛି ଏକ ନୂଆ ପରିଚୟ। ପ୍ଲାଏ ବୋର୍ଡରେ ନାନା ପ୍ରକାର ରଙ୍ଗକୁ ନେଇ ତିଆରି କରୁଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ମନଲୋଭା ଛବି। ପିଲାବେଳୁ ମନରେ ଥିବା ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ହାତର ସ୍ପର୍ଶରେ ଆଙ୍କି ଦେଉଛନ୍ତି ଜଗନ୍ନାଥଙ୍କ ସୁନ୍ଦର ମନଲୋଭା ଚିତ୍ର। ବୌଦ୍ଧର ଶିଖା ମିଶ୍ର ଆଜି ଜଗନ୍ନାଥଙ୍କ ଚିତ୍ର ଆଙ୍କି ବେଶ ଚର୍ଚ୍ଚାରେ। ବୌଦ୍ଧ ସହରର ରଥସାହିରେ ବାସ କରନ୍ତି ମିଲନ ମିଶ୍ର।ପେଶାରେ ସେ ଜଣେ ଫୁଲ ବ୍ୟବସାୟୀ।ଜଗନ୍ନାଥ ମନ୍ଦିର ପାଖରେ ଥିବା ଏକ ଛୋଟ ଦୋକାନରେ ସକାଳ ହେଲେ ରଙ୍ଗ ବେରଙ୍ଗ ଫୁଲ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି ମିଲନ। ତାଙ୍କ ଝିଅ ଶିଖା ପିଲାଟି ଦିନରୁ ବାପାଙ୍କ ସହ ମିଶି ପ୍ରତ୍ୟେକ ଦିନ ପ୍ରଭୁଙ୍କ ପାଇଁ ଫୁଲମାଳ ତିଆରି କରୁଥିଲେ ଓ ସେଇ ଫୁଲ ଜଗନ୍ନାଥଙ୍କୁ ଲାଗି ହେଉଥିଲା। ଦିନ ବିତିବା ସହିତ ପ୍ରଭୁଙ୍କ ପ୍ରତି ଶିଖାଙ୍କ ଭକ୍ତି ଭାବ ଓ ଭଲ ପାଇବା ବଢ଼଼ି ବଢ଼଼ି ଚାଲିଥିଲା।

ଶିଖା ଆଙ୍କୁଥିବା କଳାକୃତିର ରହିଛି ବିଶେଷ ମହତ୍ୱ ଯାହାକୁ ଡଟେଡ ମଣ୍ଡଳ ଆର୍ଟ ବୋଲି କୁହାଯାଏ। ମଣ୍ଡଳର ଅର୍ଥ ହେଉଛି ବୃତ୍ତ। ଯେକୌଣସି ମଣ୍ଡଳ ଆର୍ଟ ବନେଇବା ପାଇଁ ପ୍ରଥମେ ଏକ ବୃତ୍ତାକାର ଆକୃତି ତିଆରି କରାଯାଏ। ସେହି ବୃତ୍ତାକାର ଆକୃତି ମଧ୍ୟରେ ବିଭିନ୍ନ ଜ୍ୟାମିତିକ ଢାଞ୍ଚା ବା ନକ୍ସା ଅଙ୍କନ କରାଯାଏ। ତାପରେ ସେହି ଢାଞ୍ଚାକୁ ବିଭିନ୍ନ ରଙ୍ଗ ଦ୍ୱାରା ଆକାଂକ୍ଷିତ ରୂପ ଦିଆଯାଏ ଯାହାକି ମନଲୋଭା ଓ ଦେଖିବାକୁ ଅତି ସୁନ୍ଦର। ଶିଖା ଘର କାମ କରିବା ସହ ଏକ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷକତା କରି ନିଜ ଖର୍ଚ୍ଚ ନିଜେ ବହନ କରନ୍ତି। ଖାଲି ସମୟରେ ଶିଖା ଏହି ଚିତ୍ରକାରୀରେ ଲଗିପଡନ୍ତି। ବାପା ମାଆଙ୍କ ସହଯୋଗ ମିଳିବା ସହ ଅନ୍ୟ ଲୋକଙ୍କ ଠାରୁ ମଧ୍ୟ ପ୍ରଶଂସା ପାଆନ୍ତି ଶିଖା। ଖାଲି ସେତିକି ନୁହେଁ ଏହି ବିଭିନ୍ନ ରଙ୍ଗ ବେରଙ୍ଗ ଜଗନ୍ନାଥ କଳାକୃତି ତାଙ୍କୁ କିଛି ରୋଜଗାର କରିବାର ସୁଯୋଗ ମଧ୍ୟ ଦେଇଛି। ଲୋକେ ନିଜ ମନ ପସନ୍ଦ ଚିତ୍ର ତିଆରି କରେଇ କିଣି ନେଇଯାଆନ୍ତି। ତା ବ୍ୟତୀତ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଶିଖା ହାତ ତିଆରି ଚିତ୍ର ପୋଷ୍ଟ କରି ଅନଲାଇନରେ ମଧ୍ୟ ଅର୍ଡର ପାଆନ୍ତି ଯାହା ତାଙ୍କୁ ଭଲ ରୋଜଗାର ମଧ୍ୟ ଦେଇଥାଏ। ଗୋଟାଏ ଫୋଟ ଚିତ୍ର ୧ ହଜାର ଟଙ୍କାରୁ ୨ ହଜାର ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ଶିଖା ମିଶ୍ର ନିଜ ପ୍ରତିଭାକୁ ଆହୁରି ବିକଶିତ କରିବା ପାଇଁ ଆଗକୁ ଏକ ଭଲ ଆର୍ଟ କଲେଜରେ ପଢ଼ିବାକୁ ଇଚ୍ଛା ରଖିଛନ୍ତି।

About The Author: The Sakala