ଷ୍ଟ୍ରୀଟ ଫୁଡ଼ ଭେଣ୍ଡରଙ୍କ ପାଇଁ ବିଏମସି ପକ୍ଷରୁ ଜାରି ହେଲା ନୂଆ ନିୟମ : ହାତରେ ଗ୍ଲୋବସ, ମୁଣ୍ଡରେ କ୍ୟାପ ଓ ମାସ୍କ ପିନ୍ଧିବେ ବ୍ୟବସାୟୀ

ଭୁବନେଶ୍ବର : ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବ୍ୟବସାୟ କରୁଥିବା ଷ୍ଟ୍ରୀଟ ଫୁଡ଼ ଭେଣ୍ଡରଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି। ନୂଆ ନିୟମ ଅନୁସାରେ ଏଣିକି ରାସ୍ତା ଉପରେ, ଫୁଟପାଥ କିମ୍ବା ଡ୍ରେନ ଉପରେ କେହି ଠେଲା ଲଗାଇ ବ୍ୟବସାୟ କରିପାରିବେ ନାହିଁ। ଗ୍ରାହକଙ୍କ ଗାଡି ପାର୍କିଂ ପାଇଁ ବିସ୍ତୃତ ଜାଗା ନଥିଲେ ଭେଣ୍ଡର ବା ଠେଲା ଗୁଡିକ ଖାଇବାକୁ ଦେଇପାରିବେ ନାହିଁ। ଯେଉଁଠାରେ ଗ୍ରାହକମାନଙ୍କ ଗାଡି ରଖିବାକୁ ବ୍ୟବସ୍ଥା […]

ଭୁବନେଶ୍ବର : ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବ୍ୟବସାୟ କରୁଥିବା ଷ୍ଟ୍ରୀଟ ଫୁଡ଼ ଭେଣ୍ଡରଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି। ନୂଆ ନିୟମ ଅନୁସାରେ ଏଣିକି ରାସ୍ତା ଉପରେ, ଫୁଟପାଥ କିମ୍ବା ଡ୍ରେନ ଉପରେ କେହି ଠେଲା ଲଗାଇ ବ୍ୟବସାୟ କରିପାରିବେ ନାହିଁ। ଗ୍ରାହକଙ୍କ ଗାଡି ପାର୍କିଂ ପାଇଁ ବିସ୍ତୃତ ଜାଗା ନଥିଲେ ଭେଣ୍ଡର ବା ଠେଲା ଗୁଡିକ ଖାଇବାକୁ ଦେଇପାରିବେ ନାହିଁ।

ଯେଉଁଠାରେ ଗ୍ରାହକମାନଙ୍କ ଗାଡି ରଖିବାକୁ ବ୍ୟବସ୍ଥା ନାହିଁ ସେଠାରେ ଭେଣ୍ଡର ବା ଠେଲା ଗୁଡିକ ପାର୍ଷଲ କିମ୍ବା ଅନଲାଇନ ଫୁଡ଼ ସର୍ଭିସ ବ୍ୟବସ୍ଥା କରିବାକୁ ବିଏମସି ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥି ସହିତ ପରିମଳ ବ୍ୟବସ୍ଥା ସହ ନିଜ ଆଉଟଲେଟ ସାମନାରେ ଡ଼ଷ୍ଟବିନ ରଖିବା ବାଧ୍ୟତାମୂଳକ କରାଯାଇଛି। ଓଦା ଓ ଶୁଖିଲା ଅଳିଆ ଅଲଗା ରଖିବା ସହ ଅଳିଆଗାଡିକୁ ପ୍ରତିଦିନ ଅଳିଆ ଦେବାକୁ ନିର୍ଦେଶ ରହିଛି।

ଏହାସହ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀ ନିଜେ ସ୍ଵଛ ରହିବା ସହ ସଫା ପୋଷାକ ପିନ୍ଧିବା, ହାତରେ ଗ୍ଲୋବସ, ମୁଣ୍ଡରେ କ୍ୟାପ, ମାସ୍କ ଓ ଆପ୍ରୋନ ପିନ୍ଧିବା ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦେଶ ଦିଆଯାଇଛି। ଖାଦ୍ୟ ନିରାପତ୍ତା ନିୟମ ମାନିବା ସମସ୍ତ ଷ୍ଟ୍ରୀଟ ଫୁଡ଼ ଭେଣ୍ଡରଙ୍କ ପାଇଁ ଅନିର୍ବାର୍ଯ୍ୟ। ନୋ ଭେଣ୍ଡିଙ୍ଗ ଯୋନ ଏରିଆରେ କେହି ମଧ୍ୟ ଖାଦ୍ୟ ଠେଲା ବା ଗାଡି ଲଗାଇ ବ୍ୟବସାୟ କରିପାରିବେ ନାହିଁ। ଏନେଇ ଆଜି ବିଏମସି ପକ୍ଷରୁ ବିଧିବଦ୍ଧ ନୋଟିସ କରାଯାଇଛି। ଯାହା ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦେଶନମାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଯଦି କୌଣସି ଷ୍ଟ୍ରୀଟ ଫୁଡ଼ ଭେଣ୍ଡର ନିୟମ ନ ମାନିଲେ ତେବେ ଖିଲାପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

About The Author: The Sakala