ଭୁବନେଶ୍ବର: କୋଭିଡ ସ୍ଥିତିକୁ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କଟକଣାକୁ ଆହୁରି କଡ଼ାକଡ଼ି ପାଳନ କରାଯିବ। ଭୁବନେଶ୍ବରକୁ ରାଜ୍ୟ ଓ ଦେଶ ବାହାରୁ ଲୋକଙ୍କ ଯାତାୟାତ ରହୁଛି, ଏଣୁ ଏଠାରେ ସ୍ଥିତି ଉପରେ ନଜର ରଖାଯାଇଛି। ପୁଲିସ ଓ ବିଏମସି ପକ୍ଷରୁ ଉଭୟ ସଚେତନତା ଓ କାର୍ଯ୍ଯାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଛି। ଭ୍ୟାକ୍ସିନକୁ ଅଧିକ ତ୍ୱରାନ୍ୱିତ କରାଯାଉଛି, କୋଭିଡ ସଚେତକଙ୍କୁ ପୁନଃ ନିୟୋଜିତ କରାଯିବ। ଏପ୍ରିଲ ପହିଲାରୁ ୪୫ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯିବ ବୋଲି କିମିଶନର କହିଛନ୍ତି।
ସେପଟେ ସମସ୍ତଙ୍କୁ ଟିକା ନେବା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ଅନୁରୋଧ କରାଯାଉଛି। ଖୁବଶୀଘ୍ର ନିର୍ଦେଶନାମା ଜାରିହେବ ସ୍ଥିତି ସଙ୍ଗୀନ ଥିବା ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ୩ଦିନର ନେଗେଟିଭ ରିପୋର୍ଟ ସାଙ୍ଗରେ ନେଇ ଆସିବାକୁ ହେବ। ଭୁବନେଶ୍ୱରରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି କିନ୍ତୁ ଏହାର କାରଣ ସ୍ଥାନୀୟ ସଂକ୍ରମଣ ନୁହେଁ। ରାଜ୍ୟ ରାଜଧାନୀ ହୋଇଥିବାରୁ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଥିବା ପ୍ରତିକ୍ରିୟାରେ କହିଛନ୍ତି କମିଶନର।