ଅନୁଗୋଳ ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ୧୦ ଆସନରେ ବିଜେଡିର ବିଜୟ: ନବୀନଙ୍କୁ ଭେଟିଲେ ବିଜୟୀ ପ୍ରାର୍ଥୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ୧୦ ଆସନରେ ବିଜୟ ଲାଭ କରିଛି। ଏହି ବିଜୟ ପରେ ବିଜୟୀ ପ୍ରାର୍ଥୀମାନେ ଗୁରୁବାର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି। ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ନବୀନଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଡ. ଅବିନାଶ ସାମଲ, ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରା, ମୁକେଶ ପାଲ, ବରିଷ୍ଠ ନେତା ବିପ୍ଳବ ଜେନା, ଜିଲ୍ଲାପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଉପାଧ୍ୟକ୍ଷା ରଶ୍ମିତା ସେଠୀ ଓ ସମସ୍ତ ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟା, ଅନୁଗୋଳ ବାର୍‌ ଆସୋସିଏସନ ସଭାପତି ଦିଲୀପ ସାହୁଙ୍କ ସମେତ ଜିଲ୍ଲା କମିଟିର ଅନେକ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ବିଜୟ ପାଇଁ ସମସ୍ତ କର୍ମୀ, ସମର୍ଥକ ଓ ଅନୁଗୋଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲା ନେତୃବୃନ୍ଦ।

About The Author: Madhusudan Das