ଭୁବନେଶ୍ବର : ବିଜେପି ସରକାର ଯେବେ ଠାରୁ ଶାସନକୁ ଆସିଛି, ତେବେଠାରୁ ଓଡ଼ିଶା ପ୍ରତିଦିନ କଳଙ୍କିତ ଇତିହାସ ରଚିଛି। ଦୁଷ୍କର୍ମ, ଗଣଦୁଷ୍କର୍ମ ଯୋଗୁଁ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଲଜ୍ଜିତ ହେଉଛି। ସବୁଠାରୁ ଲଜ୍ଜାଜନକ ଘଟଣା FM ଛାତ୍ରୀଙ୍କୁ କଲେଜ ଅଧ୍ୟାପକ ଯୌନ ଶୋଷଣ କରିବାକୁ ଚାହିଁଲେ। ନ୍ୟାୟ ନ ପାଇ ଆତ୍ମହୁତି ଦେଲେ ଛାତ୍ରୀ। ନ୍ୟାୟ ନ ପାଇ ସେ ନିଆଁରେ ଜଳି ଗଲେ। ଆଉ ଏହା ଶାସକ ଦଳର ଷଡଯନ୍ତ୍ର ଥିଲା। ଏପରି କହି ବିଜେପି ସରାକର ଉପରେ ବର୍ଷିଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ।
ଆଜି ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀଙ୍କ ଆତ୍ମଦାହ ଘଟଣାରେ ବିଜେପିର ବରିଷ୍ଠ ନେତାଙ୍କ ହାତ ରହିଛି। କ୍ରାଇମବ୍ରାଞ୍ଚ ଘଟଣାର ୨୨ ଦିନ ପରେ ଗତକାଲି ABVPର ଦୁଇଜଣ ଛାତ୍ର ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ଗରିଫ କରିଛି। ଯାହା ସ୍ପଷ୍ଟ ହେଉଛି ଏହା ପଛରେ ABVPର ହାତ ରହିଛି। ସେ ହିଁ ହତ୍ୟାକାରୀ। ଛାତ୍ରୀଙ୍କୁ ପ୍ରବର୍ତ୍ତାଇଥିଲେ ବିଜେପି ନେତା ଓ ABVP। କେବଳ ସେତିକି ନୁହେଁ ଏହା ପଛରେ ଆହୁରି ବଡ଼ ନେତାଙ୍କ ହାତ ରହିଛି। ସେମାନଙ୍କ ମୁଖା ଧୀରେ ଧୀରେ ଖୋଲିବ। ଜଣେ ABVP ଆଦର୍ଶରେ ଅନୁପ୍ରାଣିତ ହୋଇ କଲେଜ ରାଜନୀତିକୁ ଆସୁଛି, ହେଲେ ତାକୁ ଯୌନ ଶୋଷଣ ପାଇଁ ଉଦ୍ୟମ ହେଉଛି। ସେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପାଖକୁ ଯାଇ ନିବେଦନ କରୁଛି। ହେଲେ ସାଂସଦ ହାଲୁକା ଭାବେ ନେଉଛନ୍ତି। ସାଂସଦ ପୁଲିସକୁ ଜଣାଇବା କଥା, ହେଲେ ସେ ତାହା କଲେନି। ଅଧ୍ୟକ୍ଷଙ୍କୁ ସାଂସଦଙ୍କୁ ଫୋନ କରି ICC ଉପରେ ଛାଡ଼ି ଦେଲେ। ସେହି ଦିନ FIR ହୋଇ ଅଧ୍ୟାପକ ଗିରଫ ହୋଇଥିଲେ, ଛାତ୍ରୀ ମରି ନଥାନ୍ତେ ବୋଲି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନର ଫାଇଦା ନେବାକୁ ABVP ଏହି ଷଡଯନ୍ତ୍ର କରିଥିଲା। ଏହାକୁ ନିର୍ବାଚନ ଜିତିବାକୁ ବ୍ୟବହାର ହେବ। କେବଳ ସେତିକି ନୁହେଁ ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ଭୁବନେଶ୍ବ ଏମ୍ସ ଆସିବା ପରେ ବିଜେପି ନେତାଙ୍କୁ ଘଣ୍ଟ ଘୋଡାଇବାକୁ ଭୁବନେଶ୍ୱର ବିଜେପି ଅଫିସରେ ମିଟିଂ କରିବା ସହ ଏମ୍ସରେ ABVP ନେତା ବିରୋଧୀ ଦଳର ନେତାମାନଙ୍କୁ ଭିତରକୁ ଛାଡିନଥିଲେ। ଅସଭ୍ୟ ଭାବେ ଗାଳି କରିବା ସହ ଅଟକାଇଥିଲେ। କାଳେ ଛାତ୍ରୀଙ୍କ ବାପା କିଛି କହି ଦେବେ, ସେଥିପାଇଁ ମତେ ମଧ୍ୟ ଅଟକାଗଲା ବୋଲି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି।
ଏହି ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ବାଲେଶ୍ବର ସାାଂସଦ ପ୍ରତାପ ଷଡ଼ଙ୍ଗୀ। ସାଂସଦଙ୍କ ସାଧାରଣ ଜ୍ଞାନ କୁଆଡ଼େ ଗଲା? ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଆନ୍ଦୋଳନ ହେବା ପରେ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରୁଥିଲେ ହେଲେ ଏବେ ସରକାରଙ୍କ ଅଡ଼ୁଆ ବଢିବାରୁ ଦୁଇଟି ଚୁନା ମାଛଙ୍କୁ ଗିରଫ କରାଯାଇଛି। ହେଲେ ବଡ ମାଛଙ୍କୁ ବଞ୍ଚାଇ ପାରିବେ ନାହିଁ, ଷଡଯନ୍ତ୍ରକାରୀଙ୍କୁ ନ ଧରିବା ଯାଏଁ ବିଜେଡି ଚୁପ ବସିବ ନାହିଁ ବୋଲି ଗୌତମବୁଦ୍ଧ ଦାସ କହିଛନ୍ତି।