ପୁଲିସଙ୍କୁ ମିଳିବ ବାଇକ୍‌, ସବୁ ମେଡିକାଲ କଲେଜରେ ରହିବ ଫାଣ୍ଡି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଏସପିଙ୍କୁ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡ଼ିଶା ପୁଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା। ରାଜ୍ୟରେ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସରକାର ପ୍ରତିଶ୍ରୁତିବଦ୍ଧ। ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ। ରାତିରେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଖାସ କରି ଥାନାରେ ମହିଳାଙ୍କ ପ୍ରତି ଉଚିତ ବ୍ୟବହାର […]

ଭୁବନେଶ୍ବର: ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଏସପିଙ୍କୁ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡ଼ିଶା ପୁଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା। ରାଜ୍ୟରେ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସରକାର ପ୍ରତିଶ୍ରୁତିବଦ୍ଧ। ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ। ରାତିରେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଖାସ କରି ଥାନାରେ ମହିଳାଙ୍କ ପ୍ରତି ଉଚିତ ବ୍ୟବହାର କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେବା ଓ ସୁରକ୍ଷାକୁ ପ୍ରାଥମକିତା ଦେଇ କାମ କରନ୍ତୁ। ଓଡ଼ିଶାକୁ ବହୁତ ଆଗକୁ ନେବାର ଅଛି, ସାଥୀରେ କାମ କରିବାକୁ ପଡ଼ିବ। ବ୍ୟକ୍ତିର ଆଚରଣ ଓ ଉଚ୍ଚାରଣରେ ଅଧା ସମସ୍ୟାର ସମାଧାନ ହୋଇଥାଏ। ଥାନାକୁ ଆସୁଥିବା ଲୋକ ସହ ଆଚରଣ ଓ ଉଚ୍ଚାରଣ ସର୍ବଦା ଭଲ ରଖ। ଦିବ୍ୟାଙ୍ଗ ଓ ଅସହାୟଙ୍କ କଥା ଆଗ ବୁଝ, ନ୍ୟାୟ ପାଇଁ କେତେ ସେମାନେ କଷ୍ଟ କରନ୍ତି। ସକାରାତ୍ମକ ଚିନ୍ତାଧାରାରେ କାମ କଲେ ସବୁ ସମ୍ଭବ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିର ସମ୍ମିଳନୀରେ ୫ଜିଲାର ଏସପି ଅନୁପସ୍ଥିତ ରହିଛନ୍ତି।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ସବୁ ମେଡିକାଲ କଲେଜରେ ସୁରକ୍ଷାକୁ କଡ଼ାକଡ଼ି କରାଯିବ । ୧୦ଟି ଯାକ ମେଡିକାଲ କଲେଜରେ ମେଡିକାଲ ଫାଣ୍ଡି କରାଯିବ।  ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମଧ୍ୟ ଆଉଟପୋଷ୍ଟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି କାର୍ଯ୍ୟକୁ ସରଳ ଓ ସହଜ କରିବାକୁ ସରକାରଙ୍କ ପକ୍ଷରୁ ଦିଆଯିବ ପୁଲିସଙ୍କୁ ବାଇକ୍ ଦିଆଯିବ। ପ୍ରତି ଥାନା ପିଛା ଗୋଟିଏ କି ଦୁଇଟି ବାଇକ୍‌ ଥିବାରୁ କାମ ଶୀଘ୍ର ହେଉନି । ପ୍ରତି ପୁଲିସଙ୍କୁ ବାଇକ୍‌ ଦିଆଗଲେ, ସେମାନେ ତୁରନ୍ତ ପହଞ୍ଚିବେ। ତାଙ୍କ ନାଁରେ ବାଇକ ଦିଆଯିବ, ଯେଉଁ ଥାନାକୁ ଗଲେ ବି ସାଙ୍ଗରେ ନେବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

 

About The Author: The Sakala