ଶିକ୍ଷକ ବଦଳିକୁ ନେଇ ବଡ଼ ଖବର : ସାଂସଦ-ବିଧାୟକ କରିପାରିବେ ସୁପାରିସ, ମେ’୧୫ରୁ ଜୁନ୍‌ ୧୫ ଭିତରେ…..

ଭୁବନେଶ୍ବର : ଶିକ୍ଷକ ବଦଳିକୁ ନେଇ ବଡ଼ ଖବର ଆସିଛି। ଚଳିତ ମାସ ଅର୍ଥାତ ମେ ୧୫ ତାରିଖରୁ ଜୁନ୍‌ ୧୫ ଭିତରେ ଶିକ୍ଷକ ବଦଳି ପ୍ରସ୍ତାବ ସହ କାର୍ଯ୍ୟକାରୀ ହେବ। ଏଥି ସହିତ ସାଂସଦ-ବିଧାୟକ ଶିକ୍ଷକ ବଦଳି ପାଇଁ ସୁପାରିସ କରିପାରିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ କରାଯାଇଥିବା ଚିଠିରେ ଉଳ୍ଲେଖ ରହିଛି ଯେ […]

ଭୁବନେଶ୍ବର : ଶିକ୍ଷକ ବଦଳିକୁ ନେଇ ବଡ଼ ଖବର ଆସିଛି। ଚଳିତ ମାସ ଅର୍ଥାତ ମେ ୧୫ ତାରିଖରୁ ଜୁନ୍‌ ୧୫ ଭିତରେ ଶିକ୍ଷକ ବଦଳି ପ୍ରସ୍ତାବ ସହ କାର୍ଯ୍ୟକାରୀ ହେବ। ଏଥି ସହିତ ସାଂସଦ-ବିଧାୟକ ଶିକ୍ଷକ ବଦଳି ପାଇଁ ସୁପାରିସ କରିପାରିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।

ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ କରାଯାଇଥିବା ଚିଠିରେ ଉଳ୍ଲେଖ ରହିଛି ଯେ ଚଳିତ ମାସ ଅର୍ଥାତ ମେ ୧୫ ତାରିଖରୁ ଜୁନ୍‌ ୧୫ ଭିତରେ ଶିକ୍ଷକ ବଦଳି ପ୍ରସ୍ତାବ ସହ କାର୍ଯ୍ୟକାରୀ ହେବ। ଏଥି ସହିତ ସାଂସଦ-ବିଧାୟକ ଶିକ୍ଷକ ବଦଳି ପାଇଁ ସୁପାରିସ କରିପାରିବେ। ସାଂସଦ ଏବଂ ବିଧାୟକ ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିସ କରିପାରିବେ। ଆଉ ଏହା ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ହୋଇଥିବା ଆବଶ୍ୟକ। ଶିକ୍ଷକ ବଦଳି ନେଇ ସୁପାରିସ ପତ୍ର ଜିଲ୍ଲାପାଳଙ୍କୁ ଦାଖଲ କରିବା ପରେ ମେ’୧୫ରୁ ଜୁନ୍‌ ୧୫ ଭିତରେ ବଦଳି ପ୍ରସ୍ତାବ ସହ କାର୍ଯ୍ୟକାରୀ ହେବ।

About The Author: The Sakala