ବୋଟରୁ ଖସି ଧୀବର ନିଖୋଜ

ଚାନ୍ଦବାଲି: ଭଦ୍ରକ ଜ଼ିଲ୍ଲା ଚାନ୍ଦବାଲି ଧାମରା ମାଛ ଧରା ବନ୍ଦରରେ ଜଣେ ଧୀବର ବୋଟରୁ ଖସି ନିଖୋଜ ହୋଇଥିବା ହୋଇଥିବା ଜଣାପଡିଛି। ତେବେ ଧାମରା ମେରାଇନ ଥାନାଧିକାରୀଙ୍କ ବୟାନ ଅନୁଯାଇ ଯଂଜ୍ଞସେନୀ ନାମକ ଏକ ବୋଟ ଧାମରା ଠାରେ ନଙ୍ଗର ପକାଇ ରହିଥିଲା ଆଜି ଅପରାହ୍ନ ସମୟରେ କରଣାପଲ୍ଲୀ ପଞ୍ଚାୟତର ଵିଜୟ ନାମକ ଧୀବର ବୋଟରୁ ଓଲ୍ହାଉଥିବା ସମୟରେ ସମ୍ପୃକ୍ତ ଧୀବରର ଗୋଡ ଖସି ଯିବାରୁ ସେ ନଦୀ ମଧ୍ୟକୁ ଖସି ପଡ଼ିଥିଲେ। ଖବର ପାଇ ଧାମରା […]

ଚାନ୍ଦବାଲି: ଭଦ୍ରକ ଜ଼ିଲ୍ଲା ଚାନ୍ଦବାଲି ଧାମରା ମାଛ ଧରା ବନ୍ଦରରେ ଜଣେ ଧୀବର ବୋଟରୁ ଖସି ନିଖୋଜ ହୋଇଥିବା ହୋଇଥିବା ଜଣାପଡିଛି। ତେବେ ଧାମରା ମେରାଇନ ଥାନାଧିକାରୀଙ୍କ ବୟାନ ଅନୁଯାଇ ଯଂଜ୍ଞସେନୀ ନାମକ ଏକ ବୋଟ ଧାମରା ଠାରେ ନଙ୍ଗର ପକାଇ ରହିଥିଲା ଆଜି ଅପରାହ୍ନ ସମୟରେ କରଣାପଲ୍ଲୀ ପଞ୍ଚାୟତର ଵିଜୟ ନାମକ ଧୀବର ବୋଟରୁ ଓଲ୍ହାଉଥିବା ସମୟରେ ସମ୍ପୃକ୍ତ ଧୀବରର ଗୋଡ ଖସି ଯିବାରୁ ସେ ନଦୀ ମଧ୍ୟକୁ ଖସି ପଡ଼ିଥିଲେ। ଖବର ପାଇ ଧାମରା ମେରାଇନ ପୋଲିସ ନଦୀ ମଧ୍ୟରେ ଖୋଜା ଖୋଜି କରିଥିଲେ ମଧ୍ୟ ସମ୍ପୃକ୍ତ ଧୀବରକୁ ଏ ପର୍ଯ୍ୟନ୍ତ ପାଇ ନଥିବା ଜଣାପଡିଛି।

About The Author: The Sakala