ପାରିବାରିକ କଳହର କରୁଣା ପରିଣତି, ସ୍ତ୍ରୀର ଗଳାକାଟି ହତ୍ୟା କରିବାପରେ ଆତ୍ମହତ୍ୟା କଲା ସ୍ୱାମୀ

ଭଦ୍ରକ: ଉଗ୍ର ହେଲା ପାରିବାରିକ କଳହ । ସ୍ତ୍ରୀକୁ କଟୁରିରେ ହାଣି ମାରିବା ପରେ ନିଜେ ଗଛରେ ଝୁଲି ପଡିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ମୌଲାନା ସାହି ଠାରେ । ଗତ କାଲି ରାତିରେ ପାରିବାରିକ କଳହ ଯୋଗୁ ଭାସ୍କର ସାମଲ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ସସ୍ମିତାକୁ ଶୋଇବା ଘର ଭିତରେ କଟୁରୀରେ ହତ୍ୟା କଲା ପରେ ଘରେ ଚାବି ଦେଇ ନିଜେ […]

ଭଦ୍ରକ: ଉଗ୍ର ହେଲା ପାରିବାରିକ କଳହ । ସ୍ତ୍ରୀକୁ କଟୁରିରେ ହାଣି ମାରିବା ପରେ ନିଜେ ଗଛରେ ଝୁଲି ପଡିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ମୌଲାନା ସାହି ଠାରେ । ଗତ କାଲି ରାତିରେ ପାରିବାରିକ କଳହ ଯୋଗୁ ଭାସ୍କର ସାମଲ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ସସ୍ମିତାକୁ ଶୋଇବା ଘର ଭିତରେ କଟୁରୀରେ ହତ୍ୟା କଲା ପରେ ଘରେ ଚାବି ଦେଇ ନିଜେ ଗାଁ ପାଖ ବିଲରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛି।

ସୂଚନା ଅନୁଯାୟୀ, ସେହି ଗାଁର ଭାସ୍କର ସାମଲଙ୍କର ସ୍ତ୍ରୀ ସସ୍ମିତାଙ୍କ ସହ ମନମାଳିନ୍ୟ ଥିଲା । ଏମିତି କି କିଛି ମାସ ପୂର୍ବରୁ ଭଦ୍ର ଲୋକଙ୍କ ସମ୍ମୁଖରେ ସମାଧାନ ହୋଇଥିଲା । କିନ୍ତୁ ଆଜି ସକାଳୁ ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ । ବେକ , ଛାତି ଓ ହାତରେ ଗଭୀର ଆଘାତ ଥିବା ସୂଚନା ମିଳିଛି । ତେବେ ପରେ ସ୍ବାମୀ ଭାସ୍କର ସାମଲଙ୍କର ମୃତ ଦେହ ଘର ନିକଟରୁ ପ୍ରାୟ ୫୦୦ ମିଟର ଦୂରରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି । ତେବେ ଏହି ଘଟଣା ପାରିବାରିକ କଳହ ପାଇଁ ହୋଇଥିବା କୁହାଯାଉଛି । ସ୍ତ୍ରୀ ସସ୍ମିତାକୁ ହତ୍ୟା ପରେ ଘର ବାହାରୁ ତାଲା ପଡିଥିଲା । ଲୋକେ ଭାସ୍କରଙ୍କୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ଘର ଲୋକଙ୍କୁ ଖବର ଦେଇଥିଲେ । ପରେ ଘରେ ତାଲା ପଡିଥିଲା ଓ ସସ୍ମିତାଙ୍କ ବିଷୟରେ କୌଣସି ଖବର ନମିଳିବାରୁ, ଘରର ତାଲା ଭଙ୍ଗା ଯାଇଥିଲା । ଘର ଭିତରେ ସସ୍ମିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବା ପାଇଁ ମିଳିଥିଲା । ଧାମନଗର ପୋଲିସ ଘଟଣାସ୍ଥଳରେ ପହଁଚିଛି ଓ ତଦନ୍ତ ଆରମ୍ଭ କରିଛି ।

About The Author: The Sakala