ଯାଜପୁର, ଭଦ୍ରକରେ ହଇଜା; ନମୁନା ପରୀକ୍ଷଣରୁ କଲେରା ଜୀବଣୁ ଠାବ…

ଯାଜପୁର: ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଝାଡ଼ାବାନ୍ତିରେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବାବେଳେ ସରକରୀ ସମୀକ୍ଷା ବୈଠକରୁ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଯାଜପୁର ଓ ଭଦ୍ରକ ଜିଲ୍ଲାରୁ ସଂଗୃହୀତ ମଳ ନମୁନା ପରୀକ୍ଷଣରୁ ହଇଜା (କଲେରା)ଜୀବାଣୁ ଠାବ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜଳବାହିତ ରୋଗ ନିରାକରଣ ସମାକ୍ଷା ବୈଠକରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇ କହିଛନ୍ତି, ଯାଜପୁର ଓ ଭଦ୍ରକ ଅଞ୍ଚଳର […]

ଯାଜପୁର: ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଝାଡ଼ାବାନ୍ତିରେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବାବେଳେ ସରକରୀ ସମୀକ୍ଷା ବୈଠକରୁ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଯାଜପୁର ଓ ଭଦ୍ରକ ଜିଲ୍ଲାରୁ ସଂଗୃହୀତ ମଳ ନମୁନା ପରୀକ୍ଷଣରୁ ହଇଜା (କଲେରା)ଜୀବାଣୁ ଠାବ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜଳବାହିତ ରୋଗ ନିରାକରଣ ସମାକ୍ଷା ବୈଠକରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇ କହିଛନ୍ତି, ଯାଜପୁର ଓ ଭଦ୍ରକ ଅଞ୍ଚଳର ବିଭିନ୍ନ ସ୍ଥାନରେ ସର୍ବେକ୍ଷଣ ଓ ଡାକ୍ତରୀ ଦଳ କାର୍ଯ୍ୟରତ ଅଛନ୍ତି। ସଂଗ୍ରହ କରାଯାଇଥିବା ୪୧ଟି ମଳ ନମୁନା ମଧ୍ୟରୁ ୮ଟିରେ କଲେରା ପଜିଟିଭ୍‌ ଥିବାର ସଙ୍କେତ ମିଳିଛି।

ଅଦ୍ୟାବଧି ଯାଜପୁର ଜିଲ୍ଲାରେ ବିଭିନ୍ନ ଡାକ୍ତରଖାନାରେ ୨୨୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯୧ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଗତ ୩ ଧରି ବିଭିନ୍ନ ଡାକ୍ତରଖାନାରେ ୬୨୨ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ସେଥିମଧ୍ୟରୁ ୧୧ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଜିଲ୍ଲାର ୭ଟି ବ୍ଲକ ଓ ୨ଟି ପୌରାଞ୍ଚଳରେ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଶୁକ୍ରବାର ପାନୀୟ ଜଳ ଓ ପଞ୍ଚାୟତିରାଜ ସଚିବ ଗିରିଶ ଏସ୍‌ଏନ୍‌ ପାନୀୟ ଜଳ ନିର୍ଦ୍ଦେଶକ ଭିନିତ ଭରଦ୍ୱାଜ, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ମୁଖ୍ୟଯନ୍ତ୍ରୀ ବଳରାମ ମିଶ୍ର ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ଆଭାସୀ ମାଧ୍ୟମରେ ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟିକୁ ବାତିଲ କରିଛନ୍ତି। ଦୂଷିତ ପାଣି ଓ ଭୋଜି ଖାଇ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଝାଡ଼ାବାନ୍ତିର କାରଣ ସମ୍ପର୍କରେ କେନ୍ଦ୍ରୀୟ ଦଳ ଦୁଇଦିନ ହେବ ବିଭିନ୍ନ ପରୀକ୍ଷାନିରୀକ୍ଷା ଜାରି ରଖିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର ସୂଚନା ଦେବା ସହ ଏବେ ବି କାରଣ ଅସ୍ପଷ୍ଟ ରହିଥିବା ସୂଚନା ମିଳିଛି।

About The Author: The Sakala