ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଦ୍ରକ: ସନ୍ଦେହଜନକ ଅବସ୍ଥାରେ ରାସ୍ତାକଡ଼ରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣକ ଗର୍ଭବତୀ ଥିଲେ ଓ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ନପଙ୍ଗ ଚଣ୍ଡୀ ମା ପଡିଆ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ମଣିନାଥପୁର ଗାଁର ତପସ୍ୱିନୀ ଦାସ। ସେ ବର୍ଷେ ପୂର୍ବରୁ ନପଙ୍ଗ ଗାଁ ର ସିପୁନ ଦାସଙ୍କୁ ବିବାହ କରିଥିଲେ। ସିପୁନ ଦାସ ପୂର୍ବରୁ ଜଣ ଙ୍କୁ […]

ଭଦ୍ରକ: ସନ୍ଦେହଜନକ ଅବସ୍ଥାରେ ରାସ୍ତାକଡ଼ରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣକ ଗର୍ଭବତୀ ଥିଲେ ଓ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ନପଙ୍ଗ ଚଣ୍ଡୀ ମା ପଡିଆ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ମଣିନାଥପୁର ଗାଁର ତପସ୍ୱିନୀ ଦାସ। ସେ ବର୍ଷେ ପୂର୍ବରୁ ନପଙ୍ଗ ଗାଁ ର ସିପୁନ ଦାସଙ୍କୁ ବିବାହ କରିଥିଲେ। ସିପୁନ ଦାସ ପୂର୍ବରୁ ଜଣ ଙ୍କୁ ବିବାହ କରିଥିଲା ବେଳେ ତପସ୍ୱିନୀଙ୍କୁ ଭଲ ପାଇ ବାହା ହୋଇଥିଲେ । ସେ ତପସ୍ୱିନୀଙ୍କୁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ମୃତା ତପସ୍ୱିନୀଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି।

ତପସ୍ବିନୀ ଗର୍ଭବତୀ ଥିବା ପରିବାର ଲୋକ କହିଛନ୍ତି। ଆଜି ସକାଳୁ ଚଣ୍ଡୀମା ପଡିଆ ନିକଟରେ ସନ୍ଦେହ ଜନକ ଭାବେ ତପସ୍ୱିନୀଙ୍କ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ତପସ୍ୱିନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି ।

About The Author: The Sakala