ଭୁବନେଶ୍ବର: ଆଜି ଭଦ୍ରକ ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି। ଜଗନ୍ନାଥ ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଛି। ୧୩ ଜଣଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି। ସେହିପରି ୨୮ ଜଣଙ୍କୁ ସାଧାରଣ ସମ୍ପାଦକ, ୨୪ ଜଣଙ୍କୁ ସମ୍ପାଦକ ଦାୟିତ୍ବ ଦିଆଯାଇଛି। ଅନ୍ୟପକ୍ଷରେ ୭ ବ୍ଲକର ୭ ଜଣ ସଭାପତିଙ୍କୁ ନିଯୁକ୍ତ କରାଯାଇଛି। ୪ ପୌରପରିଷଦରେ ୪ ଜଣଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ଜିଲ୍ଲା କୋଷାଧ୍ୟକ୍ଷ ଦାୟିତ୍ୱ ପ୍ରଦୀପ ପଣ୍ଡାଙ୍କୁ ଦିଆଯାଇଛି। ଏ ନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି।
[wp-embedder-pack width=”100%” height=”400px” download=”all” download-text=”” attachment_id=”90733″ /]