ପୋଖରୀରେ ବୁଡ଼ି ଅଙ୍ଗନବାଡ଼ି କେନ୍ଦ୍ରର ୩ ଶିଶୁଙ୍କ ମୃତ୍ୟୁ

ହାଟଡ଼ିହୀ: ପୋଖରୀରେ ବୁଡ଼ି ୩ ଶିଶୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନ ଆତୁରିକଣା ଗାଁରେ ଏଭଳି ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୩ଶିଶୁଙ୍କର ମୃତ୍ୟୁ ହୋଇଛି। ପଢ଼ିଆରିପଲ୍ଲୀ ପଞ୍ଚାୟତ ଡ଼ାହିସାହି ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ପୋଖରୀ ନିକଟରେ ୩ଜଣ ଶିଶୁ ଖେଳୁଥିବା ସମୟରେ ଦୁର୍ଘଟଣା ବଶତଃ ବୁଡ଼ି ଯାଇଥିଲେ। ସ୍ଥାନୀୟଲୋକେ ଭାସମାନ ଅବସ୍ଥାରେ ଶିଶୁଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ […]

ହାଟଡ଼ିହୀ: ପୋଖରୀରେ ବୁଡ଼ି ୩ ଶିଶୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନ ଆତୁରିକଣା ଗାଁରେ ଏଭଳି ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୩ଶିଶୁଙ୍କର ମୃତ୍ୟୁ ହୋଇଛି। ପଢ଼ିଆରିପଲ୍ଲୀ ପଞ୍ଚାୟତ ଡ଼ାହିସାହି ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ପୋଖରୀ ନିକଟରେ ୩ଜଣ ଶିଶୁ ଖେଳୁଥିବା ସମୟରେ ଦୁର୍ଘଟଣା ବଶତଃ ବୁଡ଼ି ଯାଇଥିଲେ। ସ୍ଥାନୀୟଲୋକେ ଭାସମାନ ଅବସ୍ଥାରେ ଶିଶୁଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁ ମାନଙ୍କ ମଧ୍ୟରେ ସାଢେ଼ ତିନି ବର୍ଷୀୟା ଲିପ୍ସା ପାତ୍ର, ୪ବର୍ଷୀୟା ପାୟଲ ପାତ୍ର ଓ ଭାରତୀ ପାତ୍ର ହୋଇଥିବା ଜଣା ପଡ଼ିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ଜଣାପଡିନି ।

About The Author: The Sakala