ରାଜଧାନୀରେ ଅମାନବୀୟ ଘଟଣା: ବିରିୟାନି ମଗାଇଲେ, ଟଙ୍କା ମାଗିବରୁ ଡେଲିଭରୀ ବୟକୁ ପିଟିଲେ

ଭୁବନେଶ୍ୱର: ଅନ୍‍ଲାଇନ୍‍ରେ ବିରିୟାନି ମଗାଇଲା। ଏହାପରେ ଟଙ୍କା ମାଗିବାରୁ ଡେଲିଭାରୀ ସଂସ୍ଥାର ଯୁବକକୁ ପିଟିଲେ। ଏଭଳି ଘଟଣା ଘଟିଛି ନୂଆପଲ୍ଲୀ ଥାନା ଥିବା ଏକ ଆପାର୍ଟମେଣ୍ଟରେ। ପୂରା ଘଟଣା ଏମିତି। ଆଜି ମଧ୍ୟାହ୍ଣରେ ଆପାର୍ଟମେଣ୍ଟରେ ଥିବା ୪ଜଣ ଯୁବକ ଏକ ଡେଲିଭରି ସଂସ୍ଥା ସହାୟତାରେ ବିରିୟାନି ମଗାଇଥିଲେ। ସଂସ୍ଥାର ଜଣେ ଯୁବକ ବିରିୟାନି ଆଣି ଆପାର୍ଟମେଣ୍ଟରେ ପହଞ୍ଚି ଯାଇଥିଲେ। ଏହାପରେ ଯୁବକମାନେ ବିରିୟାନି ନେଇ ଯାଇଥିଲେ। କିନ୍ତୁ ବିରିୟାନି ବାବଦରେ ୮୦୦ ଟଙ୍କା ମାଗିଥିଲେ ଡେଲିଭାରି ସଂସ୍ଥାର […]

ଭୁବନେଶ୍ୱର: ଅନ୍‍ଲାଇନ୍‍ରେ ବିରିୟାନି ମଗାଇଲା। ଏହାପରେ ଟଙ୍କା ମାଗିବାରୁ ଡେଲିଭାରୀ ସଂସ୍ଥାର ଯୁବକକୁ ପିଟିଲେ। ଏଭଳି ଘଟଣା ଘଟିଛି ନୂଆପଲ୍ଲୀ ଥାନା ଥିବା ଏକ ଆପାର୍ଟମେଣ୍ଟରେ। ପୂରା ଘଟଣା ଏମିତି। ଆଜି ମଧ୍ୟାହ୍ଣରେ ଆପାର୍ଟମେଣ୍ଟରେ ଥିବା ୪ଜଣ ଯୁବକ ଏକ ଡେଲିଭରି ସଂସ୍ଥା ସହାୟତାରେ ବିରିୟାନି ମଗାଇଥିଲେ। ସଂସ୍ଥାର ଜଣେ ଯୁବକ ବିରିୟାନି ଆଣି ଆପାର୍ଟମେଣ୍ଟରେ ପହଞ୍ଚି ଯାଇଥିଲେ। ଏହାପରେ ଯୁବକମାନେ ବିରିୟାନି ନେଇ ଯାଇଥିଲେ। କିନ୍ତୁ ବିରିୟାନି ବାବଦରେ ୮୦୦ ଟଙ୍କା ମାଗିଥିଲେ ଡେଲିଭାରି ସଂସ୍ଥାର କର୍ମଚାରୀ। ଏହାପରେ ଯୁବକମାନେ ଡେଲିଭରି ସଂସ୍ଥାର କର୍ମଚାରୀକୁ ମାଡ଼ ମାରିଥିଲେ। ଯୁବକଙ୍କ ମାଡ଼ରେ ସଂସ୍ଥାର କର୍ମଚାରୀ ଲହୁଲୁହାଣ ହୋଇଥିଲେ। ଏହାପରେ ଯୁବକ ଜଣକ ଡେଲିଭରି ସଂସ୍ଥାକୁ ଖବର ଦେଇଥିଲେ। ଘଣ୍ଟାଏ ପାଟିତୁଣ୍ଡ ହେବାରୁ ଆପାର୍ଟମେଣ୍ଟର କମିଟିର କର୍ମକର୍ତ୍ତା ଆସି ଯାଇଥିଲେ। ସବୁ କଥା ଶୁଣିବା ପରେ ଯୁବକଙ୍କୁ ତାଗିତ୍‍ କରିବା ସହ ଡେଲିଭରି ସଂସ୍ଥା ଯୁବକକୁ ଖାଦ୍ୟ ବାବଦରେ ୮୦୦ ଓ ଜରିମାନା ସ୍ୱରୂପ ଅଧିକ ୧୦୦୦ ଟଙ୍କା ଦେଇଥିଲେ। ଏଥିସହିତ ସେମାନେ ବିଶୃଙ୍ଖଳିତ କରିଥିବା ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ବୋଲି ମଧ୍ୟ କହିଥିଲେ। ତେବେ ନିଶାସକ୍ତ ଅବସ୍ଥାରେ ଯୁବକମାନେ ଏଭଳି କରିଥିବ ଆପାର୍ଟମେଣ୍ଟର କର୍ମକର୍ତ୍ତା ସଫେଇ ଦେଇଛନ୍ତି।

About The Author: The Sakala