ବରଗଡ଼ ଧନୁଯାତ୍ରା ପୂର୍ବରୁ ଅଘଟଣ: ବଳରାମ ଭୂମିକାରେ ଅଭିନୟ କରୁଥିବା କୁନି କଳାକାର ଶ୍ରେୟାନ୍ସଙ୍କ ମୃତ୍ଯୁ

ବରଗଡ଼: ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରୁଥିବା ୧୨ ବର୍ଷର କୁନି କଳାକାର ଶ୍ରେୟାନ୍ସ ପୂଜାରୀଙ୍କ ମୃତ୍ୟୁ ଘଟିଛି। ସେ ଘରେ ଖେଳୁଥିବା ବେଳେ ତଳେ ପଡ଼ିଯାଇ ମୂର୍ଚ୍ଛା ହୋଇ ଯାଇଥିଲେ। ପରେ ଶ୍ରେୟାନ୍ସ ଙ୍କୁ ଉଦ୍ଧାର କରାଯାୟୀ ବରଗଡ଼ ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରେୟାନ୍ସ ଗତ ୩ ବର୍ଷ ଧରି ବରଗଡ଼ ଧନୁଯାତ୍ରାରେ କୁନି କଳାକାର ଭାବେ ଅଭିନୟ କରୁଥିଲେ। ଏଥର ମଧ୍ଯ ସେ ବଳରାମ ଭୂମିକାରେ […]

ବରଗଡ଼: ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରୁଥିବା ୧୨ ବର୍ଷର କୁନି କଳାକାର ଶ୍ରେୟାନ୍ସ ପୂଜାରୀଙ୍କ ମୃତ୍ୟୁ ଘଟିଛି। ସେ ଘରେ ଖେଳୁଥିବା ବେଳେ ତଳେ ପଡ଼ିଯାଇ ମୂର୍ଚ୍ଛା ହୋଇ ଯାଇଥିଲେ। ପରେ ଶ୍ରେୟାନ୍ସ ଙ୍କୁ ଉଦ୍ଧାର କରାଯାୟୀ ବରଗଡ଼ ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରେୟାନ୍ସ ଗତ ୩ ବର୍ଷ ଧରି ବରଗଡ଼ ଧନୁଯାତ୍ରାରେ କୁନି କଳାକାର ଭାବେ ଅଭିନୟ କରୁଥିଲେ। ଏଥର ମଧ୍ଯ ସେ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ ।

About The Author: The Sakala