ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ; ପୁଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କ ପୁଅର ଗଳାକାଟି ହତ୍ୟା

ମାଲକାନଗିରି : ସୀମାନ୍ତ ରେ ପୁଣି ନିଜର ସ୍ଥିତି ଜାହିର କଲେ ମାଓବାଦୀ । ପୁଲିସ ଇନଫର୍ମର ସନ୍ଦେହରେ ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ଟେଟମ ଗାଁରେ ସରପଞ୍ଚର ପୁଅ ଉମେଶ ମରକାମକୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ଉମେଶ ପୁଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଥିବା ସହ ପୁଲିସ […]

ମାଲକାନଗିରି : ସୀମାନ୍ତ ରେ ପୁଣି ନିଜର ସ୍ଥିତି ଜାହିର କଲେ ମାଓବାଦୀ । ପୁଲିସ ଇନଫର୍ମର ସନ୍ଦେହରେ ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ଟେଟମ ଗାଁରେ ସରପଞ୍ଚର ପୁଅ ଉମେଶ ମରକାମକୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ ।

ଉମେଶ ପୁଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଥିବା ସହ ପୁଲିସ କ୍ୟାମ୍ପ କରିବାରେ ସହଯୋଗ କରୁଥବା ନେଇ ମାଓବାଦୀ ମାନଙ୍କର ସନ୍ଦେହ ହୋଇଥିଲା। ଏହାପରେ ସେମାନେ ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଉମେଶଙ୍କୁ ନିର୍ମମ ଭାବେ ଗଳାକାଲି ହତ୍ୟା କରିଛନ୍ତି। କଟେକଲ୍ୟାଣ ଏରିଆ କମିଟୀ ମାଓ ସଙ୍ଗଠନ ଏଭଳି ହିଂସାକାଣ୍ଡ ଘଟାଇଥିବା ଦନ୍ତେୱାଡା ଏସପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି ।

About The Author: The Sakala