ସୋର: ଅଜାଙ୍କ ଦଶାହ କର୍ମ ହେଲା କାଳ । ଲଣ୍ଡା ହୋଇ ଗାଧଉଥିଲା ବେଳେ ପାଣିରେ ବୁଡି ଦୁଇ ନାତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗ୍ରାମରେ। ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ୱାଦା ଗ୍ରାମର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଚନ୍ଦନ କର ପଥର କଟା ନିକଟରେ ଘାଟ ତୁଠ ସାରି ପାଖରେ ଥିବା ଏକ ଗାଡ଼ିଆରେ ଗଧଉଥିବା ବେଳେ ପାଣିରେ ବୁଡ଼ିଯାଇଥିଲେ। ଦୀର୍ଘ ସମୟ ପରେ ସମ୍ପର୍କୀୟମାନେ ଜାଣି ପାରି ଉକ୍ତ ଗାଡ଼ିଆରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ଚନ୍ଦନଙ୍କୁ ବାଗୁଡ଼ି ଡାକ୍ତରଖାନାକୁ ନେଇ ଥିବାବେଳେ ସୁଶାନ୍ତକୁ ସୋର ଡାକ୍ତରଖାନାକୁ ଆଣାଯାଇଥିଲା। ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଅଜାଙ୍କ ଦଶାହ କର୍ମରେ ପାଣିରେ ବୁଡ଼ି ଦୁଇ ନାତିଙ୍କ ମୃତ୍ୟୁ
ସୋର: ଅଜାଙ୍କ ଦଶାହ କର୍ମ ହେଲା କାଳ । ଲଣ୍ଡା ହୋଇ ଗାଧଉଥିଲା ବେଳେ ପାଣିରେ ବୁଡି ଦୁଇ ନାତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗ୍ରାମରେ। ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ୱାଦା ଗ୍ରାମର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଚନ୍ଦନ କର ପଥର କଟା ନିକଟରେ ଘାଟ ତୁଠ […]