ଚାନ୍ଦିପୁରରେ ସବ୍‌ସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ନିର୍ଭୟର ସଫଳ ପରୀକ୍ଷଣ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଚାନ୍ଦିପୁରସ୍ଥ ୩ ନମ୍ବର ଲଞ୍ଚପ୍ୟାଡରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ(ଆଇଟିସିଏମ) କ୍ଷେପଣାସ୍ତ୍ରକୁ ଆଜି ପୂର୍ବାହ୍ନ ୯ଟା ୫୩ ମିନିଟ ସମୟରେ ପରୀକ୍ଷା ପାଇଁ ଉତକ୍ଷେପଣ କରାଯାଇଛି।ପରୀକ୍ଷା ସମୟରେ ସ୍ବତନ୍ତ୍ର ଭାବେ ଲଗାଯାଇଥିବା ରାଡାର ମାଧ୍ୟମରେ ସଂଗୃହିତ ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ତର୍ଜମା କରୁଛନ୍ତି। ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ ପରେ ଏକ ଏୟାରକ୍ରାଫ୍ଟ ଭଳି ଉଡ଼ାଣ କରି ଶତୃ ପକ୍ଷର ଶିବିରରେ ହେଉଥିବା ଗତିବିଧି ର ଫଟୋ ଓ ଭିଡ଼ିଓ କଣ୍ଟ୍ରୋଲ ରୁମକୁ […]

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଚାନ୍ଦିପୁରସ୍ଥ ୩ ନମ୍ବର ଲଞ୍ଚପ୍ୟାଡରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ(ଆଇଟିସିଏମ) କ୍ଷେପଣାସ୍ତ୍ରକୁ ଆଜି ପୂର୍ବାହ୍ନ ୯ଟା ୫୩ ମିନିଟ ସମୟରେ ପରୀକ୍ଷା ପାଇଁ ଉତକ୍ଷେପଣ କରାଯାଇଛି।ପରୀକ୍ଷା ସମୟରେ ସ୍ବତନ୍ତ୍ର ଭାବେ ଲଗାଯାଇଥିବା ରାଡାର ମାଧ୍ୟମରେ ସଂଗୃହିତ ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ତର୍ଜମା କରୁଛନ୍ତି। ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ ପରେ ଏକ ଏୟାରକ୍ରାଫ୍ଟ ଭଳି ଉଡ଼ାଣ କରି ଶତୃ ପକ୍ଷର ଶିବିରରେ ହେଉଥିବା ଗତିବିଧି ର ଫଟୋ ଓ ଭିଡ଼ିଓ କଣ୍ଟ୍ରୋଲ ରୁମକୁ ପଠାଇବାରେ ସକ୍ଷମ ହୋଇପାରିବେ ବୋଲି କୁହାଯାଇଛି ।ପୂର୍ବରୁ ନିର୍ଭୟ ମିସାଇଲରେ ଟର୍ବୋ ଫ୍ୟାନ ଇଞ୍ଜିନ ବ୍ୟବହାର କରାଯାଉ ଥିବାବେଳେ,ଚଳିତ ପରୀକ୍ଷା ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଥର ଏହି କ୍ଷେପଣାସ୍ତ୍ରରେ ମାଣିକ ଟର୍ବୋ ଫ୍ୟାନ ବା ଇଞ୍ଜିନ ବ୍ୟବହାର କରାଯାଇଛି। ନିର୍ଭୟ ମିସାଇଲର ଓଜନ ୧୫୦୦ କିଲୋ ଗ୍ରାମ ହୋଇଥିବା ବେଳେ ଏହାର ଲମ୍ବ ୬ ମିଟର,ମୋଟେଇ ୦.୫୨ ମିଟର ରହିଛି। ସେହିପରି ଏହାର ଡେଣା ର ଲମ୍ବ ୨.୭ ମିଟର ରହିଥିବାର କୁହାଯାଇଛି।ଏହି କ୍ଷେପଣାସ୍ତ୍ରରେ ୨୦୦ ରୁ ୩୦୦ କିଲୋ ଗ୍ରାମ ପର୍ଯ୍ଯାନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ୧୫୦୦ କିମି ପର୍ଯ୍ଯନ୍ତ ଲକ୍ଷ୍ୟଭେଦ କରିପାରୁଥିବା ନିର୍ଭୟ ମିସାଇଲର ବେଗ ଶବ୍ଦର ବେଗ ଠାରୁ ୭ରୁ ୮ ଗୁଣ ଅଧିକ ହୋଇଥିବାରୁ ଏହାର ବ୍ୟବହାର ହେଲେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବହୁଗୁଣ ବଢିଯିବ।

About The Author: The Sakala