ଓଲଟିଲା ଯାତ୍ରୀବାହୀ ବସ୍, ୨୦ରୁ ଅଧିକ ଆହତ

ବାଲେଶ୍ବର: ଯାତ୍ରୀବାହୀ ବସ୍ ଓଲଟି ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ବାଲେଶ୍ବରରୁ ଉଦଳା ଯିବାବେଳେ ଭାଲୁକାଶୁଣି ନିକଟରେ ବସଟି ଓଲଟି ପଡ଼ିଥିଲା। ସୂଚନା ଅନୁଯାୟୀ, ଏକ ଟ୍ରକ୍‌କୁ ସାଇଡ୍ ଦେବାକୁ ଯାଇ ରାସ୍ତାକଡ଼କୁ ବସଟି ଓଲଟି ପଡିଥିଲା । ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।

ବାଲେଶ୍ବର: ଯାତ୍ରୀବାହୀ ବସ୍ ଓଲଟି ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ବାଲେଶ୍ବରରୁ ଉଦଳା ଯିବାବେଳେ ଭାଲୁକାଶୁଣି ନିକଟରେ ବସଟି ଓଲଟି ପଡ଼ିଥିଲା।

ସୂଚନା ଅନୁଯାୟୀ, ଏକ ଟ୍ରକ୍‌କୁ ସାଇଡ୍ ଦେବାକୁ ଯାଇ ରାସ୍ତାକଡ଼କୁ ବସଟି ଓଲଟି ପଡିଥିଲା । ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।

About The Author: The Sakala