ଦୁଇଟି ପୃଥକ ପୃଥକ ସ୍ଥାନରେ ବଜ୍ରାଘାତ, ୩ ମୃତ

କରଞ୍ଜିଆ/ ବସ୍ତା/ରୂପସା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଦରି ଗ୍ରାମର ଲକି ସାହି ରାସ୍ତାରେ ବଜ୍ରାଘାତରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଗୋତଡିଆ ଗାଁରେ ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଖବର ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଦରି ଗ୍ରାମରେ ବଡ଼ସାହିରୁ  ଲକିସାହିକୁ ଚାଲିଚାଲି ଯାଉଥିବା ସମୟରେ ଅପରାହ୍ନରେ ଅଚାନକ ବର୍ଷା ଓ ପବନ ହେବା ସହ ବଜ୍ରପାତ ହୋଇଥିଲା । ଫଳରେ ବଜ୍ରପାତ ଯୋଗୁଁ ଲକି ସାହିର […]

କରଞ୍ଜିଆ/ ବସ୍ତା/ରୂପସା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଦରି ଗ୍ରାମର ଲକି ସାହି ରାସ୍ତାରେ ବଜ୍ରାଘାତରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଗୋତଡିଆ ଗାଁରେ ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।

ଖବର ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଦରି ଗ୍ରାମରେ ବଡ଼ସାହିରୁ  ଲକିସାହିକୁ ଚାଲିଚାଲି ଯାଉଥିବା ସମୟରେ ଅପରାହ୍ନରେ ଅଚାନକ ବର୍ଷା ଓ ପବନ ହେବା ସହ ବଜ୍ରପାତ ହୋଇଥିଲା । ଫଳରେ ବଜ୍ରପାତ ଯୋଗୁଁ ଲକି ସାହିର ଲାମରା ପୂର୍ତ୍ତି (୨୨) ଓ ନନ୍ଦି ପୂର୍ତ୍ତି(୨୧)ଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ସିଂଲା ଥାନା ଅନ୍ତର୍ଗତ ଗୁତୁଡିହା ଗ୍ରାମରେ ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ଘଟିଥିବା ବୃଦ୍ଧଙ୍କ ନାଁ ମଧୂସୁଦନ (୬୨ ) ।  ମଧୂସୁଦନଙ୍କ ପୁଅ ମଧ୍ୟ ଆହତ ହୋଇଛନ୍ତି । ଗୁତୁଡିଆ ଗ୍ରାମରେ ମଧୂସୁଦନ ଏବଂ ତାଙ୍କ ପୁଅ ନିତ୍ୟାନନ୍ଦ ଗାଁ ଠାରୁ ଏକ କିଲୋମିଟର ଦୂରରେ ଥିବା ଚିଙ୍ଗୁଡ଼ି ଝିଲକୁ ଯାଇଥିଲେ ‌। ସନ୍ଧ୍ୟାରେ ହଠାତ ବର୍ଷା ସହିତ ବଜ୍ରାଘାତ ଘଟିଥିଲା । ଭୟରେ ମଧୁସୂଦନ ଏବଂ ନିତ୍ୟାନନ୍ଦ ଝିଲ ଭିତରେ ଥିବା ଦୁଇଟି ଛପରରେ ଦୁଇଜଣ ରହି ଯାଇଥିଲେ । ମାତ୍ର ବଜ୍ରାଘାତରେ ମଧୁସୂଦନ ଥିବା ଛପରଟି ଜଳି ଯାଇଥିଲା । ଫଳରେ ମଧୁସୂଦନଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଏକ ଛପରରେ ଥିବା ନିତ୍ୟାନନ୍ଦ ଏହି ବଜ୍ରାଘାତରେ ସଜ୍ଞାହୀନ ହୋଇ ପଡ଼ିଥିଲେ। ଗ୍ରାମବାସୀ ଏହା ଜାଣଣିବା ପରେ ଉଭୟଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମଧୁସୂଦନଙ୍କୁ ମୃତ ଘୋଷଣା କରିଥିଲେ । ନିତ୍ୟାନନ୍ଦଙ୍କ ସଜ୍ଞା ଫେରିଥିବା ଜଣା ପଡିଛି।

About The Author: The Sakala