ବାହାନଗା ରେଳ ଦୁର୍ଘଟଣା: ଫଟୋ ଧରି ଗ୍ରାମ ପାଖର ଭାଇକୁ ଖୋଜୁଛନ୍ତି ଆଲମ୍

ଭୁବନେଶ୍ବର: ‘ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ’ ବୋଲି କୁହାଯାଏ। ହେଲେ ଅପରିଚିତ ଲୋକଙ୍କୁ, ଅଜଣା ସ୍ଥାନରେ, ଅଚିହ୍ନା ଲୋକମାନେ ସହାୟତାର ହାତ ବଢାଇବା ଚିଶ୍ଚିତ ଭାବରେ ଏକ ହୃଦୟସ୍ପର୍ଶୀ କଥା। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ନିଜର ଭାଇ ଓ ସମ୍ପର୍କୀୟଙ୍କୁତ ପାଇଗଲେ ହେଲେ ଗାଁ ପାଖର ଜଣେ ଭାଇଙ୍କୁ ଖୋଜିବାକୁ ହସପିଟାଲରେ ପହଞ୍ଚିଥିଲେ। ଟ୍ରେନ୍ ଦୁର୍ଘଟଣାରେ କାହାର ଜୀବନ ଯାଇଛି ତ ପୁଣି କିଏ ଗୁରୁତର […]

ଭୁବନେଶ୍ବର: ‘ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ’ ବୋଲି କୁହାଯାଏ। ହେଲେ ଅପରିଚିତ ଲୋକଙ୍କୁ, ଅଜଣା ସ୍ଥାନରେ, ଅଚିହ୍ନା ଲୋକମାନେ ସହାୟତାର ହାତ ବଢାଇବା ଚିଶ୍ଚିତ ଭାବରେ ଏକ ହୃଦୟସ୍ପର୍ଶୀ କଥା। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ନିଜର ଭାଇ ଓ ସମ୍ପର୍କୀୟଙ୍କୁତ ପାଇଗଲେ ହେଲେ ଗାଁ ପାଖର ଜଣେ ଭାଇଙ୍କୁ ଖୋଜିବାକୁ ହସପିଟାଲରେ ପହଞ୍ଚିଥିଲେ। ଟ୍ରେନ୍ ଦୁର୍ଘଟଣାରେ କାହାର ଜୀବନ ଯାଇଛି ତ ପୁଣି କିଏ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏମିତିକି ଆହୁରି କିଛି ଲୋକଙ୍କର ଏଯାଏଁ ସନ୍ଧାନ ମିଳିନି।

ଏପରି ସ୍ଥଳେ ରାଜମିସ୍ତ୍ରୀ କାମ ପାଇଁ ଚେନ୍ନାଇ ଯାଉଥିବା ଜଣେ ବ୍ୟକ୍ତିତ୍ବ ସନ୍ଧାନ ମିଳିପାରୁନି। ‘ମୋର ନିଜ ଲୋକ ମିଳିଯାଇଛନ୍ତି, ସେମାନେ ଚିକିତ୍ସିତ ହେଉଛନ୍ତି। ହେଲେ ଆମ ଗାଁର ମୋର ଜଣେ ଭାଇ ପରି ପତକୁରୁର ସନ୍ଧାନ ମିଳିପାରୁନି। ତାଙ୍କ ଘର ଲୋକ ମଧ୍ୟ ଖୋଜି ଖୋଜି ନୟାନ୍ତ ହୋଇଗଲେଣି।‌ ଯେଉଁଠି ଦୁର୍ଘଟଣା ହୋଇଥିଲା ସେଠାରେ ମଧ୍ୟ ଖୋଜୁଛି ଏବଂ ହସପିଟାଲରେ ମଧ୍ୟ ବୁଲି ବୁଲି ଖୋଜୁଛୁ। ହେଲେ କିଛି ସନ୍ଧାନ ମିଳୁନି। ତେଣୁ ମୁଁ ଫଟୋ ଧରି ଲୋକମାନଙ୍କୁ ପଚାରୁଛି’ ବୋଲି ଆଲମ୍ କହିଛନ୍ତି।

ଟ୍ରିପଲ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସୂଚନା ମୁତାବକ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧ ହଜାରରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି ବୋଲି କୁହାଯାଉଛି। ତେବେ ସରକାରୀ ସୂଚନା ଅନୁସାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଏହି ଦୁର୍ଘଟଣା ନେଇ ଅନେକ ପ୍ରଶ୍ନ ଏବେ ସମଗ୍ର ଦେଶବାସୀଙ୍କ ମନରେ ଉଙ୍କି ମାରୁଛି। ଏହି ଦୁର୍ଘଟଣାକୁ ଭାରତର ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା ମଧ୍ୟରୁ ଗୋଟିଏ ବୋଲି କୁହାଯାଉଥିବା ବେଳେ କେମିତି ଘଟିଲା ଏହି ଦୁର୍ଘଟଣା। ଟେକ୍ନିକାଲ୍ ତୃଟି ନା ମନୁଷ୍ୟକୃତ ଭୁଲ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

About The Author: The Sakala