ବିଲରେ କାମ କରୁଥିବା ବେଳେ ବଜ୍ରାଘାତ : ୨ ଯୁବକ ମୃତ, ଜଣେ ଗୁରୁତର

ସୋର : ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁରେ ବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତିି। ମୃତକମାନେ ହେଉଛନ୍ତି ରାଇପୀତାମ୍ବର ଗାଁର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳ। ଆହତ ଜଣଙ୍କ ହେଉଛନ୍ତି ସେହି ଗାଁର ସୁରେନ୍ଦ୍ର ସାହୁ। ମିଳିଥିବା ସୂଚନାଅନୁସାରେ ଆଜି ଅପରାହ୍ନରେ ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିବା […]

ସୋର : ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁରେ ବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତିି। ମୃତକମାନେ ହେଉଛନ୍ତି ରାଇପୀତାମ୍ବର ଗାଁର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳ। ଆହତ ଜଣଙ୍କ ହେଉଛନ୍ତି ସେହି ଗାଁର ସୁରେନ୍ଦ୍ର ସାହୁ।

ମିଳିଥିବା ସୂଚନାଅନୁସାରେ ଆଜି ଅପରାହ୍ନରେ ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳକୁ ମୃତ ଘୋଷଣା କରିଥିବା ବେଳେ ସୁରେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

About The Author: The Sakala