ବଲାଙ୍ଗୀର : ପାଟଣାଗଡ ଏନ୍ଏସି ସ୍ଥିତ ଏକପଡାରୁ ସେକ୍ସ ରାକେଟ ଠାବ କରିଛି ପୁଲିସ। ଏଠାରେ ଏକ ଭଡ ଘରେ ଦେହ କାରବାର ହେଉଥିବା ବିଶେଷ ସୂତ୍ରରୁ ପୁଲିସ ଖବରପାଇ ଗତ ରାତିରେ ଚଢାଉ କରିଥିଲା। ଏହି ଘଟଣାରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି।
ଦୀର୍ଘଦିନ ହେବ ଏଠାରେ ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲିଥିଲା ବୋଲି କୁହାଯାଉଛି। ଦୁଇଜଣ ଯୁବକଙ୍କୁ ଗିରଫକରି ଅଧିକ ପଚରାଉଚରା କରୁଥିବା ଜଣାପଡିଛି । ପୁଲିସ ଉକ୍ତ ଭଡା ଘରୁ ଆପତ୍ତିଜନକ ସାମଗ୍ରୀ ସହ ଦୁଇଟି ମୋବାଇଲ ଓ ନଗଦ ୨୫ ଶହ ଟଙ୍କା ଜବତ କରିଥିବା ଜଣାପଡିଛି। ପାଟଣାଗଡ଼ ଥାନାରେ ଏହି ଘଟଣାକୁ ନେଇ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରିବା ପରେ କୋର୍ଟ ଚାଲାଣ କରିବ ବୋଲି ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି ।