ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଫଳରେ ବାରସ୍ପତି ଗୃହକାର୍ଯ୍ୟ ୧୨ଟା ଯାଏ ମୁଲତବି ରଖିଛନ୍ତି। ଏଥିସହ ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି।
ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଅତି ଦୁର୍ଭାଗ୍ୟଜନକ କଥା ଯେ ଆଜି ବି ଗୃହ ଚଳାଇ ଦେଲେନି ବିଜେପି। ଗୃହ ପରିଚାଳନରେ ବିରୋଧୀ ଦଳ ଭାବେ ସେମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଶ୍ନଉତ୍ତର କାଳ। ହେଲେ ସେମାନେ ଚଳାଇ ଦେଲେନି। ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଛନ୍ତି। ଆଶା କରୁଛୁ ଗୃହ ଚାଲିବ ବୋଲି।